କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରେମିକ ବିରଞ୍ଚି ନାରାୟଣ ଗିରଫ ଘଟଣା : ସାମ୍ନାକୁ ଆସିଲା ଠକାମୀ ପରର ଭିଡିଓ

0

ଭୁବନେଶ୍ୱର : ରସିକିଆ ପ୍ରେମିକକୁ ନିର୍ଧୁମ ମାଡ଼ । କ୍ରାଇମବ୍ରାଞ୍ଚ ଦ୍ୱାରା ରସିକିଆ ପ୍ରେମିକ ବିରଞ୍ଚି ନାରାୟଣ ନାଥ ଗିରଫ ଘଟଣା । ସାମ୍ନାକୁ ଆସିଲା ବିରଞ୍ଚି ର ଠକାମୀ ପରର ଭିଡିଓ । ଜଣେ ଯୁବତୀ ଙ୍କୁ ବିବାହ ନାଁରେ ଠକିଥିଲା ବିରଞ୍ଚି । ଠକ ବିରଞ୍ଚିକୁ ଧରିବା ପରେ ନିର୍ଧୁମ ଛେଚିଲେ ଯୁବତୀଙ୍କ ପରିବାର । ନିଜକୁ MCL ରେ ଚାକିରୀ କରିଥିବା କହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲା । ପରେ ବିବାହା ନାଁରେ ଠକିଥିଲା ବିରଞ୍ଚି ।  ବିରଞ୍ଚିର ସତ ଜଣା ପଡିବା ପରେ ତାକୁ କାବୁ କରି ରୁମ ଭିତରେ ମାଡ଼ ମାରିଥିଲେ ଯୁବତୀ ଙ୍କ ପରିବାର ।  କେମିତି ମିଛ କହି ଠକୁଥିଲା ବଖାଣିଚି ବିରଞ୍ଚି  ।ଗତ ଶୁକ୍ରବାର ବିରଞ୍ଚି କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ  । ସେକେଣ୍ଡ ମ୍ୟାରେଜ ନାଁରେ ମାଟ୍ରିମୋନିଆଲ ସାଇଟ ରେ ଫେକ ଆକାଉଣ୍ଟ ଖୋଲି ବିବାହା ପ୍ରସ୍ତାବ ଦେଉଥିଲା ।  ନିଜକୁ  ରେଲୱେ ଅଧିକାରି, ଇନକମ ଟ୍ୟାକ୍ସ ଅଧିକାରି, କଷ୍ଟମ ଅଧିକାରୀ ପରିଚୟ ଦେଉଥିଲା ।  ମହିଳା ଙ୍କୁ ବିବାହ କରି ବ୍ଲାକମେଲିଂ କରୁଥିଲା ବିତଞ୍ଚି ।  ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା । ଟଙ୍କା ନଦେଲେ ଭିଡିଓ ଭାଇରଲ କରିବାକୁ ଧମକ ଦେଉଥିଲା öବିରଞ୍ଚିର ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଂଚଳରେ ।