ମୁମ୍ବାଇ: ମୁମ୍ବାଇର ଗୋଟିଏ ସିବିଆଇ କୋର୍ଟ ସୋମବାର ଦିନ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ ଓ ଅନ୍ୟ ତିନି ଜଣଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏକ ଏକ୍ସଟର୍ସନ ମାମଲାରେ ୪ ଜଣଙ୍କୁ ଏହି ଦଣ୍ଡାଦେଶ ହୋଇଛି । ଏହା ବ୍ୟତୀତ ୫ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଡିକମ୍ପାନୀର ପୂର୍ବତନ ସଦସ୍ୟ ଛୋଟା ରାଜନ ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ ହେବା ପରଠାରୁ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଜୀବନ କଟାଉଛିି । ଛୋଟା ରାଜନକୁ ହତ୍ୟା, ବଟି ଆଦାୟ ଓ ଅପରାଧିକ ଷଡଯନ୍ତ୍ର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛି ।
୨୦୧୨ରେ ମୁମ୍ବାଇର ଜଣେ ହୋଟେଲ ମାଲିକଙ୍କୁ ହତ୍ୟା ଉଦ୍ୟମ, ବଟି ଆଦାୟକୁ ନେଇ ହୋଇଥିବା ଏକ ଅଭିଯୋଗ ଆଧାରରେ ୨୦୧୯ରେ ଛୋଟା ରାଜନ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଥିଲେ ସ୍ୱତନ୍ତ୍ର ମୁମ୍ବାଇ କୋର୍ଟ ।