ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ ଅଫିସ ସମେତ ଘରେ ଆୟକର ବିଭାଗର ଚଢାଉ

0

ଭୁବନେଶ୍ୱର: ରାଜଧାନୀ ରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା। ଅଭିଯୁକ୍ତ ଅନିଲ ମହାନ୍ତି ଙ୍କ କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ।  ଅଫିସ ସମେତ ଘରେ ମଧ୍ୟ ଚଢ଼ାଉ।  ଅନିଲ ଙ୍କ ସ୍ତ୍ରୀ କୁହାଯାଉ ଥିବା ହଂସିତା ଙ୍କ ଘରେ ମଧ୍ୟ ଆୟାକର ବିଭାଗ ର ରେଡ।  ରେଡ ବେଳେ ଅନିଲ ଙ୍କ ଦୁଇ କମ୍ପାନୀ ର କାଗଜ ପତ୍ର ଯାଞ୍ଚ।  ଅନିଲ ଓ ହଂସିତା କୁ ଠକେଇ ଅଭିଯୋଗ ରେ ଗିରଫ କରି ଜେଲ ପଠାଇଛି କମିଶନରେଟ ପୋଲିସ।

ସେପଟେ ଗତକାଲି ଅନୀଲଙ୍କ ପତ୍ନୀଙ୍କୁ ୫ରୁ ୬ ଘଣ୍ଟା ପଚରାଉଚୁରା କରିଛି ପୋଲିସ। ଦୀର୍ଘ ସମୟର ପଚରାଉଚୁରା ବେଳେ ହଂସିତାଙ୍କ ବିଷୟରେ ଅନୀଲଙ୍କ ପତ୍ନୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି । ଅନୀଲଙ୍କ HDFC ଓ ICICI ବ୍ୟାଙ୍କରେ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତକାରୀ ଟିମକୁ ତଥ୍ୟ ମିଳିଛି । ହଂସିତାଙ୍କୁ ବିଜିନେସ ପାର୍ଟନର ବୋଲି ପରିଚୟ ଦେଇଥିଲେ ଅନୀଲ।

ଗୋଟିଏ ପଟେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ED ମଧ୍ୟ କମିଶନରେଟ ପୋଲିସକୁ ଉଭୟଙ୍କ ସମ୍ପର୍କରେ ତଥ୍ୟ ମାଗିଛି । ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ । ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ହଂସିତା ଓ ଅନୀଲ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ । ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ। ଉଭୟଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ ।