ପୁଷ୍ପା -୨ ନିର୍ଦ୍ଧେଶକ ସୁକୁମାରଙ୍କ ଘରେ ଚଢାଉ କଲା ଆୟକର ବିଭାଗ..

0

ଦକ୍ଷିଣର ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପା ୨ ର ନିର୍ଦ୍ଦେଶକ ସୁକୁମାରଙ୍କ ଘରେ ଆୟକର ବିଭାଗର ଚଢାଉ। ବୁଧବାର ଆୟକର ବିଭାଗ ଟିମ୍ ତାଙ୍କ ଘର ଏବଂ କାର୍ୟ୍ୟାଳୟରେ ଚଢାଉ କରିଥିଲା। ରିପୋର୍ଟ ଅନୁଯାୟୀ, ସୁକୁମାର ହାଇଦ୍ରାବାଦ ବିମାନବନ୍ଦରରେ ଥିବା ବେଳେ ଆୟକର ବିଭାଗ ଦଳ ଏହି ଚଢାଉ କରିଥିଲା । ଦଳ ବିମାନବନ୍ଦରରୁ ସିଧାସଳଖ ତାଙ୍କ ଉଠାଇ ଘରକୁ ନେଇଗଲା। କାହିଁକି ଏହି ଚଢାଉ କରାଯାଉଛି ତାହାର ସବିଶେଷ ତଥ୍ୟ ଏପର୍ୟ୍ୟନ୍ତ ଜଣାପଡିନାହିଁ। କିମ୍ବା ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ପକ୍ଷରୁ କୈାଣସି ବିବୃତ୍ତି ଦିଆଯାଇ ନାହିଁ। କିନ୍ତୁ ଅର୍ଥ ହେର ଫେର ମାମଲାରେ ଚଢାଉ ହେଉଥିବା ସନେ୍ଦହ କରାଯାଉଛି ।


ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଆୟକର ବିଭାଗ ରାମ ଚରଣଙ୍କ ‘ଗେମ୍ ଚେଞ୍ଜର’ ନିର୍ମାତା ଦିଲ ରାଜୁଙ୍କ ଘରେ ଚଢାଉ କରିଛି। ଏହା ପରେ ବର୍ତ୍ତମାନ ଖବର ହେଉଛି ଯେ ଆୟକର ବିଭାଗ ଦଳ ବୁଧବାର ନିର୍ଦ୍ଦେଶକ ସୁକୁମାରଙ୍କ ଘର ଏବଂ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି। ଅଧିକାରୀମାନେ ନିର୍ଦ୍ଦେଶକଙ୍କ ସମ୍ପତ୍ତି ଉପରେ ଚଢାଉ କରିଛନ୍ତି। ଅଧିକାରୀମାନେ ଅନେକ ଘଣ୍ଟା ଧରି ଚଢାଉ ଜାରି ରଖିଥିଲେ।


ତେବେ ନିର୍ଦ୍ଦେଶକ ସୁକୁମାର ଅଲୁ ଅର୍ଜୁନ ଷ୍ଟାରର ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପା ୨ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଢାଉ ଚଳଚ୍ଚିତ୍ର ସହ ଜଡିତ କି ନୁହେଁ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ। ସୂଚନାଯୋଗ୍ୟ ଯେ ପୁଷ୍ପା ୨ ଗତ ବର୍ଷ ଡିସେମ୍ବର ୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୧୮୦୦ କୋଟିରୁ ଅଧିକ ସଂଗ୍ରହ କରି ହିନ୍ଦୀ ସିନେମାର ସମସ୍ତ ରେକର୍ଡକୁ ନଷ୍ଟ କରିଦେଇଛି ।