ଖଣିଜ କମ୍ପାନୀରେ ଆୟକର ଚଢାଉ

0

(ମମତା ସାମଲ)ରିପୋର୍ଟସଟୁଡେ: ଆୟକର ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ,କୋଲକାତା ଓ ରାଉରକେଲାର କଳିଙ୍ଗ କମର୍ସିଆଲ କର୍ପୋରେସନର ବିଭିନ୍ନ ଅଫିସରେ ଚଢାଉ କରାଯାଇଛି ।
ଖଣି କମ୍ପାନି ଓ କଳିଙ୍ଗ କମର୍ସିଆଲ କର୍ପୋରେସନର ୧୧ଟି ଅଫିସ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଭୁବନେଶ୍ୱରର ୪ଟି ସ୍ଥାନ ଓ କୋଲକାତାର ୩ଟି ସ୍ଥାନ ସହ ରାଉରକେଲାର ତିନୋଟି ସ୍ଥାନରେ ଚଢାଉ ଜାରି ରହିଛି । ଦୀର୍ଘଦିନ ଧରି କମ୍ପାନି ଟିକସ ଫାଙ୍କି ଆସୁଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ଏହା ସହ ସଂସ୍ଥାର ବହୁ ବେନାମୀ ବ୍ରାଞ୍ଚ ଥିବା ନେଇ ଯାଞ୍ଚ ଚାଲିଛି । ଭୁବନେଶ୍ୱର ବିଡିଏ ହାଉସିଂବୋର୍ଡ଼ ସଂସ୍ଥା କତ୍ତୃପକ୍ଷଙ୍କ ଘରେ ମଧ୍ୟ ଏହି ଚଢାଉ କରାଯାଇଛି ।