ପୁଣି ବଢିଲା ତେଲ ଦର

0

ନୂଆଦିଲ୍ଲୀ : ଦେଶରେ ପୁଣି ବୃଦ୍ଧି ପାଇଛି ତେଲ ଦର । ତେଲ କମ୍ପାନୀ ଗୁଡିକ ପୁୁଣି ପେଟ୍ରୋଲ ଏବଂ ଡିଜେଲ ଦାମ ବଢାଇଛନ୍ତି । ମଙ୍ଗଳବାର ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲର ଦରମରେ କୌଣସି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ତେଲ କମ୍ପାନୀ ଗୁଡିକ ତେଲ ଦର ବୃଦ୍ଧି କରିଛନ୍ତି । ଦେଶରେ ମହଜୁଦ୍ ଥିବା ଅଶୋଧିତ ତେଲ ୨୦ରୁ୨୫ଦିନ ପୂର୍ବର ଏବଂ ସେହି ସମୟରେ ତେଲର ଦାମ ଅଧିକ ଥିବାରୁ ତୈଳ ଦରରେ ବୃଦ୍ଧି ହୋଇଥିବା ଅନୁମାନ କରାଯାଉଛି । ତେଲ ଦାମ ବଢିବା ପରେ ରାଜଧାନୀ ଦିଲ୍ଳୀରେ ପେଟ୍ରୋଲ ୮୫.୨୧ ଏବଂ ଡିଜେଲ ଦାମ ୭୫.୩୮ ଟଙ୍କା ପ୍ରତି ଲିଟର ରହିଛି । ସେହିପରି ଭାବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫.୬୯ ଓ ଡିଜେଲ ୮୧.୯୬ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୯୧.୮୦ ଏବଂ ଡିଜେଲ ଦାମ ୮୨.୧୩ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୬୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୬୩ ଏବଂ ଡିଜେଲ ଦାମ ୭୮.୯୭ ଟଙ୍କା ପ୍ରତି ଲିଟର ରହିଛି ।
ତେଲ ଦର ଏପରିଭାବେ ବଢୁଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି “ଅଶୋଧିତ ତେଲ ପ୍ରାୟ ୮୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରୁଛି ଭାରତ । କରୋନା ମହାମାରୀ କାରଣରୁ ଅନେକ ଦେଶରେ ତେଲ ଉତ୍ପାଦନ କମିଛି ଏବଂ ଅନେକ କମ୍ପାନୀ ତେଲ ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି । ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡୁଛି’’ ।

Edit by Sushree Biswajeeta