‘ଲାଇଭ୍ ରିପୋର୍ଟିଙ୍ଗ୍’ ସମୟରେ ଟେଲିଭିଜନ୍ ଚାନେଲ୍ ‘କ୍ବାଟ୍ରୋ’ର ଜଣେ ସାମ୍ବାଦିକାଙ୍କୁ ଅଶ୍ଳୀଳ-ସ୍ପର୍ଶ

0

ବ୍ୟୁରୋ: ସାମ୍ବାଦିକତା କଲେ ସାମ୍ବାଦିକକୁ ବିଭିନ୍ନ ସ୍ଥାନ ବୁଲିବାକୁ ପଡିଥିାଏ । ବିଭିନ୍ନ ଘଟଣା ଅଘଟଣକୁ ସାମ୍ନା କରିବାକୁ ପଡିଥାଏ । ଏସବୁକୁ ସାମନ୍ା କରି ରିପୋଟିଙ୍ଗ କରିବାକୁ ପଡିଥାଏ । ତେବେ ରିପୋଟିଙ୍ଗ କରୁଥିବା ସମୟରେ ଏପରି କିଛି ଅଭଦ୍ରାମିର ଚିତ୍ର ସାମ୍ନାକୁ ଆସିଛି । ‘ଲାଇଭ୍ ରିପୋର୍ଟିଙ୍ଗ୍’ ସମୟରେ ଟେଲିଭିଜନ୍ ଚାନେଲ୍ ‘କ୍ବାଟ୍ରୋ’ର ଜଣେ ସାମ୍ବାଦିକାଙ୍କୁ ଅଶ୍ଳୀଳ-ସ୍ପର୍ଶ କରିଥିବା ଘଟଣା ସାମ୍ନାକୁ ଆସିଛି । ସାମ୍ବାଦିକା ଇସା ବାଲେଦୋ ଗୋଟାଏ ସଉଦାପତ୍ର ବିକ୍ରୟ କରାଯାଉଥିବା ଷ୍ଟୋର୍ ବାହାରେ ଥାଇ ଡକାୟତି ଘଟଣାର ‘ଲାଇଭ୍ ରିପୋର୍ଟିଙ୍ଗ୍’ କରୁଥିବା ସମୟରେ ଜଣେ ବ୍ୟକ୍ତି ପଛପଟୁ ଆସି ସାମ୍ବାଦିକାଙ୍କ ଦେହରେ ଲାଗିଥିଲେ । ସାମ୍ବାଦିକା ଇସା ବାଲେଦୋ ତାହା ସହ୍ୟ କରି କ୍ଷଣିକ ପାଇଁ ସ୍ଥିର ରହିଥିଲେ । ପରେ ସାମ୍ବାଦିକା ସେଠାରୁ ଘୁଞ୍ଚିଯାଇ ‘ରିପୋର୍ଟିଙ୍ଗ୍’ ଜାରି ରଖିଥିଲେ। କିନ୍ତୁ, ଷ୍ଟୁଡିଓରେ ଥିବା ‘ନିଉଜ୍ ଆଙ୍କର୍’ ବା ସମ୍ବାଦ ଉପସ୍ଥାପକ ବାଲେଦୋଙ୍କୁ ଅଟକାଇ କହିଲେ, ତୁମ ‘ରିପୋର୍ଟିଙ୍ଗ୍’ରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଦୁଃଖିତ ଇସା। ସେ କ’ଣ ତୁମ ପଛରେ ଥାଇ ଅଶ୍ଳୀଳ-ସ୍ପର୍ଶ କଲେ? ବାଲେଦୋ ‘ହିଁ’ କହିବାରୁ ‘ଆଙ୍କର୍’ ତାଙ୍କୁ ସେ ଲୋକଟି ଆଡ଼କୁ କ୍ୟାମେରା ବୁଲାଇବାକୁ କହିଲେ। ଇସା କ୍ୟାମେରା ବୁଲାଇ ଲୋକଟିକୁ ପଚାରିବାରୁ ସେ ଏହି କଥା ଅସ୍ବୀକାର କରିଥିଲେ। ପରେ ଘଟଣାର ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ହେବା ପରେ ପୁଲିସ ସେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।