ନୂଆଦିଲ୍ଲୀ: ପହଲଗାମ୍ ହମଲାର ବଦଲା ନେଇଛି ଭାରତ। ପାକିସ୍ତାନ ଏବଂ ପିଓକରେ ରାତି ଅଧିଆ ହୋଇଛି ଏୟାରଷ୍ଟ୍ରାଇକ୍। ଏହି ଷ୍ଟ୍ରାଇକ ପରେ ଭାରତ ପକ୍ଷରୁ ସମ୍ବେଦନଶୀଳ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି ।
ବଦଳୁଥିବା ପରିସ୍ଥିତି କାରଣରୁ ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସରକୁ ଉଡ଼ାଣ ବନ୍ଦ କରାଯାଇଛି। ସେହିପରି ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟକୁ ଉଡ଼ାଣ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରାଯାଇଛି। ଅମୃତସର ଆସିବାକୁ ଥିବା ୨ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ରହିଛି। ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା। ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍ କରିଥିଲେ ଭାରତୀୟ ସେନା। ମୋଟ୍ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ୍ । ସେନାର ଏହି ଅପରେସନ ନାମ ରଖାଯାଇଥିଲା ‘ସିନ୍ଦୂର’ । ପହଲଗାମ୍ରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କୁ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଥିଲା ଭାରତୀୟ ସେନା ।