ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପରେଡ଼

0

(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ନୂତନ ସ୍ଥାନ ଚୟନ କରାଯାଇଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହା ସହିତ କିଛି ନୂଆ ନିୟମ ମଧ୍ୟ ଏଥିରେ ଯୋଡ଼ି ଦିଆଯାଇଛି ।
ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ମାତ୍ର ଛାତ୍ରଛାତ୍ରୀମାନେ ଆଉ ପରେଡରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଛାତ୍ରଛାତ୍ରୀମାନେ କେବଳ ପରଡେ‌କୁ ଦେଖି ପାରିବେ । କେବଳ ପୋଲିସ ଫୋର୍ସ ପରେଡ ଭାଗ ନେଇ ପାରିବେ । ପୋଲିସ ଡିଜି ପ୍ରଥମେ ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡିୟମ୍‌ ଓ ଜନତା ମଇଦାନରେ ପରେଡ୍‌ ପାଇଁ ସ୍ଥାନ ଠିକ୍‌ କରିଥିଲେ । ଏହା ପରେ ସମସ୍ତ ସ୍ଥାନ ତଦାରଖ ପରେ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି ।