ଲୋକପ୍ରିୟ ବଲିଉଡ ଅଭିନେତା ରିଓ କପାଡିଆଙ୍କ ପରଲୋକ

0

ବଲିଉଡର ଲୋକପ୍ରିୟ ଅଭିନେତା ରିଓ କପାଡିଆଙ୍କ ଦେହାନ୍ତ।କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ। ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଗୁଡ଼ଗାଓଁର ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଅନ୍ତିମ କ୍ରିୟା କରାଯିବ ବୋଲି ଫୈଜଲ ମଲ୍ଲିକ ସୂଚନା ଦେଇଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’, ‘ମରଦାନୀ’, ‘ହାପି ନିଉ ଇୟର’, ‘ଦିଲ୍ ଚାହତା ହେ’ ଭଳି ଫିଲ୍ମରେ କାମ କରିଥିଲେ ଅଭିନେତା ରିଓ କପାଡିଆ। ଅଭିନେତା ତାଙ୍କ ପତ୍ନୀ ମାରିଆ ଫରାହ ଏବଂ ୨ପୁଅ ଅମନ୍ ଓ ବୀରଙ୍କ ସହ ରହୁଥିଲେ। ଏଭଳି ହଠାତ୍ ରିଓଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗିପଡ଼ିଥିବା କୁହାଯାଉଛି।