ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟରେ ୧୮୫ରେ ଭାରତ ଅଲଆଉଟ ହୋଇଛି । ପ୍ରଥମ ଇନିଂସରେ ୧୮୫ରେ ଅଲଆଉଟ ହୋଇଛି । ଫେଲ ମାରିଛି ଭାରତର ବ୍ୟାଟିଂ ଅର୍ଡର । ଋଷଭ ପନ୍ତଙ୍କ ୪୦ ରନର ଇନିଂସ ରହିଛି । ପରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୩ ଓଭରରେ ୯ ରନ୍ କରି ଗୋଟିଏ ୱିକେଟ୍ ହରାଇଛି । ଓପ୍ନର ଉସମାନ ଖ୍ବାଜା ୨ ରନ୍ କରି ବୁମରାଙ୍କ ବଲରେ ଆଉଟ୍ ହୋଇଛନ୍ତି ।
ଯଶସ୍ବୀ ଜୟସ୍ବାଲ ୧୦, କେଏଲ୍ ରାହୁଲ ୪ ଏବଂ ଏହି ଟେଷ୍ଟରେ ସୁଯୋଗ ପାଇଥିବା ଶୁବମନ ଗିଲ୍ ୨୦ ରନ୍ କରିଥିଲେ । ରୋହିତ ଶର୍ମାଙ୍କୁ ବାଦ୍ ଦେଇ ଗିଲଙ୍କୁ ନିଆଯାଇଥିଲା । ଅନ୍ୟପଟେ ପୁଣି ବିଫଳ ହୋଇଛନ୍ତି ବିରାଟ କୋହଲି । ଦୀର୍ଘ ସମୟ ଧରି ଧୈର୍ଯ୍ୟର ସହ ଖେଳିବା ପରେ ମାତ୍ର ୧୭ ରନ୍ କରି ବୋଲାଣ୍ଡଙ୍କ ବଲରେ ଆଉଟ୍ ହୋଇଥିଲେ । ଗତ ମ୍ୟାଚରେ ଶତକ କରିଥିବା ନୀତିଶ ରେଡ୍ଡୀ ଖାତା ଖୋଲି ପାରି ନାହାନ୍ତି । ଅଷ୍ଟ୍ରେଲିଆ ତରଫରୁ ବୋଲାଣ୍ଡ ୩୧ ରନରେ ୪ ଏବଂ ମିଚେଲ ଷ୍ଟାର୍କ ୪୯ ରନରେ ୩ଟି ୱିକେଟ୍ ନେଇଛନ୍ତି । ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଏବଂ ଲାୟନଙ୍କୁ ଗୋଟିଏ ୱିକେଟ୍ ମିଳିଛି । ଚଳିତ ୫ ଟେଷ୍ଟ ବିଶିଷ୍ଟ ସିରିଜରେ ଘରୋଇ ଅଷ୍ଟ୍ରେଲିଆ ଦଳ ୨-୧ରେ ଆଗୁଆ ଅଛି । ଏହି ମ୍ୟାଚ୍ ଜିତିଲେ ଭାରତୀୟ ଦଳ ସିରିଜ୍ ଡ୍ର ରଖି ସମ୍ମାନ ରକ୍ଷା କରି ପାରିବ ।