ମୁଣ୍ଡ ନୁଆଁଇଲେ ପାକିସ୍ତାନ ସରକାର,ନିଷିଦ୍ଧ ହେବନି ହୋଲି ପାଳନ

0

ଇସ୍ଲାମାବାଦ: ପାକିସ୍ତାନ ଉଚ୍ଚଶିକ୍ଷା ଆୟୋଗ ଦୁଇଦିନ ତଳେ ବିଶ୍ୱବିଦ୍ୟାଳୟରେ ହୋଲି ପାଳନ ଉପରେ ପ୍ରତିବନ୍ଧକ ଲାଗାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଳୋକମାନେ ପ୍ରବଳ ବିରୋଧ କରିବାରୁ ମୁଣ୍ଡ ନୁଆଇଛି ପାକିସ୍ତାନ ସରକାର । ଫଳରେ ଏହି କଟକଣାକୁ ପ୍ରତ୍ୟାହାର କରାଯାଇଛି ।

ଗତ ଜୁନ୍ ୧୨ ରେ ପାକିସ୍ତାନର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ହୋଲି ଖେଳି ମଜାମସ୍ତି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ଇସଲାମ ପ୍ରତି ବିପଦ ଭାବି ପାକିସ୍ତାନ ସରକାର ବିଶ୍ୱବିଦ୍ୟାଳୟରେ ଏଭଳି କାର୍ୟ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ତୀବ୍ର ସମାଲୋଚନା ପରେ ପାକିସ୍ତାନ ସରକାର ଏବେ ହୋଲି ପର୍ବ ପାଳନ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି।

ଏକ ଟୁଇଟ୍ କରି ସୁଫି ଲେଖିଛନ୍ତି ଯେ ଧାର୍ମିକ ଓ ସାଂପ୍ରଦାୟିକ ସଦ୍ଭାବ ସ୍ଥାପନ କରୁଥିବା ଉତ୍ସବଗୁଡ଼ିକ ଉପରେ କଟକଣା ନୁହେଁ, ସେଗୁଡ଼ିକୁ ପାଳନ କରାଯିବା ଦରକାର । ଆମେ ଆମ ସମାଜରେ ବିଭେଦ ନ କରି ଏକତା ଆଣିବା ଆବଶ୍ୟକ ।