ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍: ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ସୀମିତ

0

ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମାଧ୍ୟରେ ଆରମ୍ଭ ହୋଇଥିବା ଦିବା- ରାତ୍ର ଟ୍ରେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୧୮୦ ରନ ସ୍କୋର କରିଛି ।ଗୋଲାପି ବଲରେ ଖେଳାଯାଉଥିବା ଏହି ମୁକାବିଲାର ପ୍ରଥମ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ନୀତୀଶ ରେଡ୍ଡୀ , ଯିଏ ୪୨ ରନ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ବ୍ୟତୀତ କେ. ଏଲ ରାହୁଲ ୩୭ ରନ , ଶୁଭମନ ଗିଲ ୩୧ ରନ , ଅଶ୍ୱିନ ୨୨ ଏବଂ ଋଷଭ ପନ୍ତ ୨୧ ରନ ସ୍କୋର କରିଥିଲେ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୬ଟି ୱିକେଟ ନେଇଥିବା ଜଣାଯାଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ଭାରତୀୟ ଦଳ ପ୍ଲେଇଂ -୧୧ ରେ ତିନୋଟି ପରିବର୍ତ୍ତନ କରିଛି । ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଶ୍ୱିନଙ୍କୁ ପ୍ଲେଇଂ ୧୧ରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ସହିତ ଦେବଦତ୍ତ ପଡିକ୍କଲ ଏବଂ ଧରୁଭ ଜୁରେଲ ମଧ୍ୟ ପ୍ଲେଇଂ ୧୧ରୁ ବାହାରିଛନ୍ତି ଓ ରୋହିତ ଶର୍ମା ଶୁର୍ମା – ଶୁଭମନ ଗିଲ ସେମାନଙ୍କ ସ୍ଥାନ ନେଇଛନ୍ତି ।