ଦେଶରେ ଦିନକରେ ୩୧ ହଜାର ୫୨୨ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

0

(ନୂଆଦିଲ୍ଲୀ): ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିିନ ହ୍ରାସ ପାଉଥିବା ଦେଖାଯାଉଛି। ବୁଧବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଦେଖାଯାଇଛି। ଦେଶରେ ୨୪ ଘଣ୍ଟାରେ ୩୧,୫୨୨ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୪୧୨ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୨କୁ ବୃଦ୍ଧି ପାଇଛି। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ କମ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।