ସିସି ଅଣ୍ଡର-୧୯ ଏସିଆ କପ୍ ମ୍ୟାଚରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ

0

ନୂଆଦିଲ୍ଲୀ: ସେମିଫାଇନାଲରେ ଭାରତୀୟ ଦଳ । ସିସି ଅଣ୍ଡର-୧୯ ଏସିଆ କପ୍ ମ୍ୟାଚରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ୟୁଏଇକୁ ୧୦ ୱିକେଟ୍ରେ ପରାସ୍ତ କରି ଭାରତ ସେମିରେ ଏଣ୍ଟ୍ରି କରିଛି ।
ସୂଚନା ଅନୁଯାୟୀ, ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ୟୁଏଇ ଟିମ୍ ୪୪ ଓଭରରେ ୧୩୭ ରନ୍ରେ ସୀମିତ ହୋଇଥିଲା । ଭାରତ ପାଇଁ ଯୁଦ୍ଧଜିତ୍ ଗୁହା ସର୍ବାଧିକ ତିନି ୱିକେଟ୍ ନେଇଥିବା ବେଳେ ଚେତନ ଶର୍ମା ଏବଂ ହାର୍ଦ୍ଦିକ ରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ୟୁଏଇର ୧୩୭ ରନ୍ ଜବାବରେ ଭାରତ ୧୬.୧ ଓଭରରେ ୧୪୩ ରନ୍ କରି ମ୍ୟାଚ୍ ନିଜ ନାଁରେ କରିଛି । ଭାରତ ପାଇଁ ମାତ୍ରେ ୬୭ ରନ୍ ଏବଂ ଚର୍ଚ୍ଚିତ ଯୁବ ବ୍ୟାଟର ସୂର୍ୟ୍ୟବଂଶୀ ୭୬ ରନ୍ କରିଛନ୍ତି । ଦୁଇ ଓପନର ଭାରତ ପାଇଁ ଜବରଦସ୍ତ ବ୍ୟାଟିଂ କରି ଟିମକୁ ସହଜ ବିଜୟ ଦେଇଛନ୍ତି ।