ପୁରୀ ରୁ ରାଉରକେଲାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

0

ବ୍ୟୁରୋ: ପୁରୀ ରୁ ରାଉରକେଲାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ପୂର୍ବରୁ ଥରେ ଟ୍ରଏଲ ରନ୍ ହୋଇଥିବାବେଳେ ଆସନ୍ତାକାଲି ପୂର୍ଣ୍ଣ ଟ୍ରାଏଲ ରନ୍ ହେବ । ପୂର୍ବରୁ ହୋଇଥିବା ଟ୍ରାଏଲ ରନ୍ରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା। ତେବେ ମାତ୍ର ୬ ଘଣ୍ଟାରେ ପୁରୀରୁ ରାଉରକେଲାରେ ପହଞ୍ଚିବ ଏହି ଟ୍ରେନ୍ । ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବ। ତେବେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ,ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନ ଗୁଡିକରେ ରହିବ।