ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି

0

ନୂଆଦିଲ୍ଲୀ-: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪ର୍ଥ ଦିନ ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ୩ ଉଇକେଟ ବିନିମୟରେ ୧୪୭ ରନ ସଂଗ୍ରହ କରିଛି । ଫଳରେ ପ୍ରଥମ ଇନିଂସର ୬ ରନକୁ ମିଶାଇ ପ୍ରଥମ ସେସନ ସୁଦ୍ଧା ୧୫୩ ରନରେ ଆଗୁଆ ରହିଛି ଟିମ ଇଣ୍ଡିଆ । ୨ୟ ଇନିଂସରେ କେ.ଏଲ. ରାହୁଲ ୭୧ ଏବଂ ରୁଷଭ ପନ୍ତ ୨୭ ରନ କରି ଅପରାଜିତ ରହିଛନ୍ତି । ୯୨ ରନରେ ଦଳ ୩ଟି ଉଇକେଟ ହରାଇଥିବାବେଳେ କେ.ଏଲ. ରାହୁଲ ଏବଂ ରୁଷଭ ପନ୍ତ ଦଳର ସ୍ଥିତି ସମ୍ଭାଳିଛନ୍ତି । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଯଶସ୍ଵୀ ଜୟସଓ୍ବାଲ ଏବଂ ଶୁବମନ ଗିଲ ବିଫଳ ହୋଇଛିନ୍ତି । ଜୟସଓ୍ବାଲ ୪ ଏବଂ ଗିଲ୍‌ ୮ ରନ କରି ଆଉଟ ହୋଇଥିବାବେଳେ ସାଇ ସୁଦର୍ଶନ ୩୦ ରନରେ ଆଉଟ ହୋଇଛନ୍ତି । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୨ଟି ଏବଂ ବେନ ଷ୍ଟୋକ୍ସ ଗୋଟିଏ ଉଇକେଟ ନେଇଛନ୍ତି ।