ଭାରତକୁ ତାର ନାଗରିକଙ୍କ ପ୍ରତିଶୋଧ ନେବାର ସମ୍ପୁର୍ଣ୍ଣ ଅଧିକାର ଅଛି : ଡୋନାଲ୍ଡ ଟ୍ରମ୍ପ

0

ୱାଶିଂଟନ-: ଭାରତ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି  । ଟ୍ରମ୍ପ କହିଛନ୍ତି ଯେ,ଭାରତକୁ ତାର ନାଗରିକଙ୍କ ପ୍ରତିଶୋଧ ନେବାର ସମ୍ପୁର୍ଣ୍ଣ ଅଧିକାର ଅଛି, ପାକିସ୍ତାନକୁ ଜବାବ ଦାୟୀ ଭାରତ ଠିକ କରିଛି । ମୁଁ ଭାବୁଛି ଲୋକମାନେ ଜାଣିଥିଲେ ଅତୀତର କିଛି ଘଟଣା ଉପରେ ଆଧାର କରି କିଛି ଘଟିବାକୁ ଯାଉଛି । ସେମାନେ ବହୁତ ଦିନ ଧରି ଲଢ଼େଇ କରିଆସୁଛନ୍ତି । ଯଦି ତୁମେ ଏହା ବିଷୟରେ ଚିନ୍ତା କର, ସେମାନେ ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼ୁଛନ୍ତି । ମୁଁ ଆଶା କରୁଛି ଏହା ବହୁତ ଶୀଘ୍ର ଶେଷ ହୋଇଯିବ । ମୁଁ ଓବାଲ ଗସ୍ତରେ ଯିବା ସମୟରେ ଏହି ଏୟାର ଷ୍ଟ୍ରାଇକ୍ ବିଷୟରେ ଶୁଣିବାକୁ ପାଇଲି। ”

ୱାଶିଂଟନ ଆମେରିକାରେ ଥିବା ଭାରତୀୟ ଦୂତାବାସ କହିଛି, ”୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଏକ ନୃଶଂସ ଏବଂ ଘୃଣ୍ୟ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ।” ଭାରତ ପାଖରେ ବିଶ୍ୱାସନୀୟ ସୂଚନା, ବୈଷୟିକ ସୂଚନା, ବଞ୍ଚିଥିବା ଲୋକଙ୍କ ସାକ୍ଷ୍ୟ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି ଯାହା ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀଙ୍କ ସ୍ପଷ୍ଟ ସମ୍ପୃକ୍ତିକୁ ସୂଚିତ କରେ । ଘଟଣା ପରେ ଆଶା କରାଯାଉଥିଲା ଯେ ପାକିସ୍ତାନ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଭିତ୍ତିଭୂମି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କିନ୍ତୁ ପାକିସ୍ତାନ ସେଭଳି କିଛି ନକରି ବରଂ ଗତ ଦୁଇ ଦିନ ଧରି ଭାରତ ବିରୁଦ୍ଧରେ ଏକ ମିଥ୍ୟା ଫ୍ଲାଗ ଅପରେସନର ଅଭିଯୋଗ ଆଣି ଏହାକୁ ଅସ୍ୱୀକାର କରିଛି ।