ନୂଆଦିଲ୍ଲୀ: ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରେର)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋ । ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିଛି। ଇସ୍ରୋର ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ଏହାକୁ ୧୪୦ କୋଟି ଭାରତୀୟଙ୍କ ସମେତ ସାରା ବିଶ୍ବର ବୈଜ୍ଞାନିକମାନେ ଚାହିଁ ବସିଥିଲେ।