ଭାରତକୁ ଇମରାନଙ୍କ ଧମକ: ଫୁଲୱାମା ପରି ଆକ୍ରମଣ ହେବ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦କୁ ପାକିସ୍ତାନ ବିରୋଧ କରିବା ସହ ଭାରତକୁ ସିଧା ସଳଖ ଧମକ ଦେବାକୁ ପଛାଇନାହିଁ । ଭାରତ ସରକାର ବିରୋଧରେ ଜାତିସଂଘରେ ପ୍ରସଙ୍ଗ ଉଠାଯିବ ବୋଲି ମଧ୍ୟ କହିଛି ପାକିସ୍ତାନ । ଇମରାନ ଏସମ୍ପର୍କରେ କହିଛନ୍ତି, ଆଗକୁ ଭାରତରେ ଫୁଲୱାମା ପରି ଘଟଣାମାନ ଘଙ୍କିବ ।
ପାକିସ୍ତାନୀ ସଂସଦର ମିଳିତ ଅଧିବେଶନରେ ଆଜି ଉଦବୋଧନ ଦେଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ ଭାରତ ସରକାର ଯାହା କରିଛନ୍ତି ତାହା ଯୁଦ୍ଧ ଅପରାଧ । ଭବିଷ୍ୟତରେ ଅଧିକରୁ ଅଧିକ ପୁଲଓ୍ଵାମା ପରି ଘଟଣା ହେବ । ସେ କହିଛନ୍ତି ଯେ ବିଜେପି ହେଉଛି ଏକ ହିନ୍ଦୁତ୍ୱବାଦୀ ଦଳ ଯିଏକି ହିନ୍ଦୁମାନଙ୍କୁ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଅପେକ୍ଷା ଉଚ୍ଚ ବୋଲି ଭାବେ । ଦଳର ଏହି ହିନ୍ଦୁତ୍ୱବାଦୀ ଆଦର୍ଶକୁ ପାଳନ କରିବାକୁ ଯାଇ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଛି । ବିଜେପି କାଶ୍ମୀର ଲୋକମାନଙ୍କୁ ହିନ୍ଦୁମାନଙ୍କ ପରି ସମାନ ମଣିଷ ବୋଲି ଭାବେ ନାହିଁ, ଏଣୁ ସେମାନଙ୍କ ସ୍ୱାଧୀନତା ଆନ୍ଦୋଳନକୁ ଦବାଇବାକୁ ଚାହୁଁଛି । ଏପରି କରି ସେମାନ କେବଳ ଅନ୍ତର୍ଜାତୀୟ ନିୟମ ନୁହେଁ, ନିଜ ଦେଶର ନିୟମର ଉଲ୍ଲଙ୍ଘନ କରିଛନ୍ତି ।