ଗତ ୨୪ ଘଣ୍ଟାରେ ୨୦ ହଜାର ପାର ହେଲା ସଂକ୍ରମିତ ସଂଖ୍ୟା

ଦେଶରେ ପୁଣି ଉପର ମୁହାଁ ହେଲା କରୋନ ମିଟର । ନବରାତ୍ରୀର ପ୍ରଥମ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି।

0

(ଦିଲ୍ଲୀ) : ଦେଶରେ ପୁଣି ଉପର ମୁହାଁ ହେଲା କରୋନ ମିଟର । ନବରାତ୍ରୀର ପ୍ରଥମ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର ହୋଇଥିବା ବେଳେ ୬୦୨ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ କରୋନା ସଂକ୍ରମଣ ମାମଲା ବି ବଢ଼ିବାରେ ଲାଗିଛି। ଗତ ସପ୍ତାହରେ କରୋନାର ନୂଆ ମାମଲା ୧୫ ହଜାର ତଳକୁ ଖସିଥିଲା, ହେଲେ ଗତ ତିନି ଦିନ ହେବ କରୋନା ଆକ୍ରନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୮ ହଜାର ଥିଲା। ତେବେ ବୁଧବାର ନୂଆ ଆକ୍ରାନ୍ତଙ୍କ ସଖ୍ୟା ଆହୁରି ବଢି ୨୨,୪୩୧ ରେ ପହଞ୍ଚିଛି।

ସୂଚନାନୁଯାୟୀ , ତେବେ ସକ୍ରିୟ ମାମଲା କିନ୍ତୁ କ୍ରମାଗତ ଭାବରେ ହ୍ରାସ ପାଉଛି । ବର୍ତ୍ତମାନ ୨.୪୪ ଲକ୍ଷ ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ ଲୋକମାନଙ୍କର ସୁସ୍ଥତା ହାରରେ ମଧ୍ୟ ସୁଧାର ହୋଇଛି। ବର୍ତ୍ତମାନ ଦେଶରେ ୯୭.୯୫ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟପଟେ କେରଳରେ ଏବେବି ଦୈନିକ ସଂକ୍ରମଣ ଉପର ମୁହାଁ ରହିଛି। ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ସହିତ କିଛି ରାଜ୍ୟରେ ସଂକ୍ରମଣ ମାମଲା କମିଛି। ଅନ୍ୟପକ୍ଷେ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରର ଧାର୍ମିକ ସ୍ଥଳ ଗୁଡ଼ିକୁ ଖୋଲା ଯାଇଛି।