୧୭ ଦଫା ଦାବି ନେଇ ଭାରତ ବନ୍ଦ ଡାକରା

0

ଖୋର୍ଦ୍ଧା-: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଓ ଶ୍ରମିକ ମାରଣ ନୀତିରେ କଲବଲ ହେଉଛନ୍ତି ଭାରତର ଗରୀବ ଜନ ସାଧାରଣ । ଦିନକୁ ଦିନ କେନ୍ଦ୍ର ସରକାରଙ୍କ କର୍ପୋରେଟ ପ୍ରୀତି ବୃଦ୍ଧି ପାଇବାରେ ଲାଗିଛି, ଫଳରେ ପେଷି ହେଉଛନ୍ତି ସାଧାରଣ ଜନତା । ତେଣୁ ଏହାକୁ ବିରୋଧ କରିଛି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଆଜି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୭ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆ ଯାଇଛି । ଏଥିରେ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି । ଏହି ପରି ପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ଠାରେ ରାସ୍ତା ରୋକ କରାଯାଇଛି। । ଏଥିରେ ବିଭିନ୍ନ ସଂଗଠନ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରା ଯାଇଛି । ଶ୍ରମିକ ସଂଗଠନ ର କର୍ମୀ ଓ ନେତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ବିରୋଧରେ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ୱ ରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଯାତ୍ରୀ ମାନେ ହନ୍ତ ସନ୍ତ ହେଉଛନ୍ତି ।