ଇଣ୍ଡିଆ-ଭାରତକୁ ନେଇ ବିବାଦ ଜାରି : ଜଣାନ୍ତୁ କେଉଁ ଦେଶର ନାଁ ସବୁ ହୋଇଛି ପରିବର୍ତ୍ତନ ?

0

ନୂଆଦିଲ୍ଲୀ : ‘ଇଣ୍ଡିଆ’ ବନାମ ‘ଭାରତ’, ବଢ଼ିବାରେ ଲାଗିଛି ବିବାଦ | ଜି -20 ସମ୍ମିଳନୀ ଡିନର କାର୍ଡରେ ‘ପ୍ରେସିଡେଣ୍ଚ ଅଫ୍ ଭାରତ’ ଲେଖା କୁ ନେଇ ବିରୋଧୀ-ବିଜେପି ମୁହାଁମୁହିଁ ହୋଇଛନ୍ତି | ତେବେ ଏହା ପ୍ରଥମ ଥର ପାଇଁ ନୁହଁ ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପ୍ରାଇମ୍‌ ମିନିଷ୍ଟର୍ ଅଫ୍‌ ଭାରତ’ ବୋଲି ସରକାରୀ ନୋଟିଫିକେସନ୍‌ରେ ‌ଲେଖା ଯାଇଥିଲା। ଏଣୁ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି କଳ୍ପନାଜଳ୍ପନା ଲାଗିରହିଛି |

ଯଦି ସତରେ ଏହି କଳ୍ପନା ଜଳ୍ପନା ସତ ହୁଏ ଇଣ୍ଡିଆ ବଦଳେ ଦେଶର ନାମ କେବଳ ଭାରତ ବୋଲି ରୁହେ ତେବେ ଏହା ଦେଶର ପ୍ରଥମ ଉଦାହରଣ ହେବ ନାହିଁ | କାରଣ ବିଶ୍ବର ଏମିତି ଅନେକ ଦେଶ ଅଛି ଯିଏ ନିଜ ଦେଶର ନାଁ ପରିବର୍ତ୍ତନ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦେଶର ନାଁ ସବୁ ବଦଳିଛି ………..

ତୁର୍କୀ : ଚଳିତ ବର୍ଷ ଜୁନ୍ ୨ରେ ହିଁ ସଂଯୁକ୍ତ ରାଷ୍ଟ୍ର ତୁର୍କୀ ନିଜ ଦେଶର ନାଁ ତୁର୍କୀୟେ ଘୋଷଣା କରିଛି । ନାମ ପରିବର୍ତ୍ତନ ଘୋଷଣା କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦଗାନ୍ ଘୋଷଣା କରିଛନ୍ତି। ଦେଶର ସମୃଦ୍ଧ ସଂସ୍କୃତି, ମୂଲ୍ୟବୋଧ ଏବଂ ସଭ୍ୟତାକୁ ବିଶ୍ୱ ସ୍ତରରେ ଭଲ ଭାବରେ ପ୍ରତିନିଧିତ୍ୱ କରିବା ଏହି ପରିବର୍ତ୍ତନର ମୂଳ ଲକ୍ଷ ରହିଛି |

ଶ୍ରୀଲଙ୍କା : ୧୯୭୨ରେ ବ୍ରିଟିଶଙ୍କଠାରୁ ସ୍ୱାଧୀନ ହୋଇଥିଲା ଶ୍ରୀଲଙ୍କା । ଦାସତ୍ୱ ସମୟରେ ଏହାର ନାଁ ଥିଲା ସିଲୋନ୍ । ଦାସତ୍ୱର ଚିହ୍ନ ଲିଭାଇବା ପାଇଁ ସେବେ ହିଁ ସିଲନର ନାଁ ପରିବର୍ତ୍ତନ କରି ଶ୍ରୀଲଙ୍କା କରିବାକୁ ହୋଇଥିଲା ନିଷ୍ପତ୍ତି । କିନ୍ତୁ ସରକାରୀ ଦଲିଲରୁ ସିଲନ୍ ନାଁ ସଂପୂର୍ଣ୍ଣ ହଟାଇବାକୁ ଲାଗିଯାଇଥିଲା ୩୯ ବର୍ଷ । ଅର୍ଥାତ ୨୦୧୧ ମସିହାରେ ସିଲୋନ୍ ବଦଳରେ ଶ୍ରୀଲଙ୍କା ହୋଇଥିଲା ଦେଶର ନାମ |

ଇରାନ : ବର୍ତ୍ତମାନର ଇରାନ ପାରମ୍ପାରିକ ଭାବରେ ପାରସ୍ୟ ଭାବରେ ଜଣାଶୁଣା | ଅବଶ୍ୟ, ଯେତେବେଳେ ରେଜା ଶାହା ନୂତନ ରାଜା ହେଲେ, ଏକ ନୂତନ ଆରମ୍ଭର ସୂଚାଇବା ପାଇଁ ୧୯୩୫ ମସିହାରେ ଦେଶର ନାମ ଇରାନ ଭାବରେ ନାମିତ ହେଲା |

ନେଦରଲ୍ୟାଣ୍ଡ : ନେଦରଲ୍ୟାଣ୍ଡ ପୂର୍ବରୁ ହଲାଣ୍ଡ ଭାବରେ ଜଣାଶୁଣା ଥିଲା । ଜାନୁଆରୀ ୨୦୨୦ରେ ଦେଶର ନାଁ ହଲାଣ୍ଡରୁ ନେଦରଲ୍ୟାଣ୍ଡକୁ ପରିବର୍ତ୍ତନ କରାଯାଇଥିଲା ।

ମିଆଁମାର : ମିଆଁମାର ପୂର୍ବରୁ ବର୍ମା ନାମରେ ପରିଚିତ ଥିଲା | ୧୯୮୯ରେ ସାମରିକ ସରକାର ବର୍ମା ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ବର୍ମା ନାଁ ବ୍ରିଟିଶ୍‌ଙ୍କ ଦାସତ୍ବର ପ୍ରତୀକ । ଏଣୁ ବର୍ମା ପରିବର୍ତ୍ତନ ହୋଇ ମିଆଁମାର ଭାବେ ପରିଚିତ ହେଲା ।

ଆୟର୍ଲାଣ୍ଡ : ଆୟରିସ୍‌ ଫ୍ରି ଷ୍ଟେଟ୍‌ରୁ ଆୟର୍ଲାଣ୍ଡ ହୋଇଛି | ୧୯୩୭ରେ ଆୟର୍ଲାଣ୍ଡ ଏକ ନୂତନ ସମ୍ବିଧାନ ଗ୍ରହଣ କଲା, ନିଜକୁ ଆୟରଲ୍ୟାଣ୍ଡର ନାମକରଣ କଲା ଏବଂ ଆନୁଷ୍ଠାନିକ ଭାବରେ ଏକ ଗଣତନ୍ତ୍ର ହେଲା |

ଉତ୍ତର ମାସେଡୋନିଆ : ୨୦୧୯ରେ ‘ଦ ରିପବ୍ଲିକ ଅଫ ମାସେଡୋନିଆ’ ଦେଶ ନିଜର ନାମ ପରିବର୍ତ୍ତନ କରିଥିଲା | ‘ଦ ରିପବ୍ଲିକ ଅଫ ମାସେଡୋନିଆ’ ପରିବର୍ତ୍ତ ‘ଉତ୍ତର ମାସେଡୋନିଆ’ ରଖାଯାଇଥିଲା | ମାସେଡୋନିଆ ନାମକୁ ନେଇ ଗ୍ରୀସ୍ ସହ ବିବାଦ ଲାଗି ରହିଥିଲା | ମାସେଡୋନିଆ ନାଁରେ ଅନ୍ୟ ଏକ ଦେଶ ଥିବାରୁ ଏହାର ନାମ ପରିବର୍ତ୍ତନ କରାଯାଇଥିଲା |