କ୍ରିକେଟର ବଶ୍ୱକପରେ ବଦଳିଲା କାର୍ଯ୍ୟସୂଚୀ; ଭାରତ-ପାକସ୍ତାନ ସମେତ ୯ ମ୍ୟାଚ ପରିବର୍ତ୍ତନ

0

ଭାରତରେ ବିଶ୍ୱକପ ହେବାକୁ ଆଉ ୫୭ ଦିନ ବାକି ଅଛ । ଏଥର ଭାରତ ବିଶ୍ୱକପ ଆୟୋଜକ ହେଇଛି । କିନ୍ତୁ ଇତିହାସରେ ପ୍ରଥମ ଥର ହୋଇଛି ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଆୟେଜକ ହୋଇଛି । ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ । ତେବେ ଆଇସିସି ବର୍ତ୍ତମାନ ନୂଆ ଖେଳ ସୂତି ଜାରିକରିଛି । ନୂଆ ସୁଚୀ ଅନୁସାରେ ଭାରତ- ପାକିସ୍ତାନ ସମେତ ୯ ମ୍ୟାଚର ପରିବର୍ତ୍ତନ କରାଯାଇଛି ।ଭାରତ-ପାକିସ୍ତାନ ମ୍ୟାଚ ବର୍ତ୍ତମାନ ୧୫ ବଦଳରେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଅନ୍ୟ ମ୍ୟାଚର ସମୟ ସାରଣୀ ମଧ୍ୟ ପରିବର୍ତ୍ତନ ହୋଇଛି ।

ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ମୁକାବିଲା ଅକ୍ଟୋବର ୧୨ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୦ ତାରିଖ ମଙ୍ଗଳବାର ଦିନ ଖେଳାଯିବ। ଏହି ଅନୁରୂପ ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ଅକ୍ଟୋବର ୨୩ ତାରିଖ ପରିବର୍ତ୍ତେ ଅକ୍ଟୋବର ୨୨ରେ ଖେଳାଯିବ। ଆଇସିସି ବିଶ୍ଵକପ୍‌ ୨୦୨୩ର ସଂଶୋଧିତ ଖେଳସୂଚୀରେ କେବଳ ତାରିଖ ପରିବର୍ତ୍ତନ କରାଯାଇଥିବା ବେଳେ ଆୟୋଜନ ସ୍ଥାନରେ କୌଣସି ପରିବର୍ତ୍ତନ କରାଯାଇଛି।

ଏହି ପରି ବାଂଲାଦେଶ ବିପକ୍ଷ ନ୍ୟୁଜିଲାଣ୍ଡ ମ୍ୟାଚ୍ ଅକ୍ଟୋବର ୧୪ ତାରିଖ ବଦଳରେ ଅକ୍ଟୋବର ୧୩ ତାରିଖ ଶୁକ୍ରବାର ଦିନ ଦିବାରାତ୍ର ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୦ ତାରିଖରେ ଧର୍ମଶାଳାରେ ଇଂଲଣ୍ଡଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଛୋଟ ପରିବର୍ତ୍ତନ କରାଯାଇଛି। ଏହି ମୁକାବିଲା ଦିବାରାତ୍ର ପରିବର୍ତ୍ତେ ସକାଳ ୧୦ଟା ୩୦ରେ ଖେଳାଯିବ।

ଇଂଲଣ୍ଡ ବନାମ ବାଂଲାଦେଶଅକ୍ଟୋବର ୧୦, ସକାଳ ୧୦ଟା ୩୦

ପାକିସ୍ତାନ ବନାମ ଶ୍ରୀଲଙ୍କାଅକ୍ଟୋବର ୧୦, ଅପରାହ୍ନ ୨ଟା

ଅଷ୍ଟ୍ରେଲିଆ ବନାମ . ଆଫ୍ରିକାଅକ୍ଟୋବର ୧୨ , ଅପରାହ୍ନ ୨ଟା

ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶଅକ୍ଟୋବର ୧୩, ଅପରାହ୍ନ ୨ଟା

ଭାରତ ବନାମ ପାକିସ୍ତାନଅକ୍ଟୋବର ୧୪, ଅପରାହ୍ନ ୨ଟା

ଇଂଲଣ୍ଡ ବନାମ ଆଫଗାନିସ୍ତାନଅକ୍ଟୋବର ୧୫, ଅପରାହ୍ନା ୨ଟା

ଅଷ୍ଟ୍ରେଲିଆ ବନାମ ବାଂଲାଦେଶନଭେମ୍ବର ୧୧, ସକାଳ ୧୦ଟା ୩୦

ଇଂଲଣ୍ଡ ବନାମ ପାକିସ୍ତାନନଭେମ୍ବର ୧୧, ଅପରାହ୍ନ ୨ଟା

ଭାରତ ବନାମ ନେଦରଲାଣ୍ଡନଭେମ୍ବର ୧୨, ଅପରାହ୍ନ ୨ଟା