ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

0

କଲମ୍ବୋ: ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ୨୩୧ ଟାର୍ଗେଟକୁ ପିଛା କରି ଭାରତ ୨୩୦ ରନରେ ଅଲଆଉଟ୍ ହୋଇଛି । ବିଜୟ ପାଇଁ ୧୪ ବଲରେ ୧ ରନ୍ ଥିବାବେଳେ ଆଉଟ୍ ହୋଇଛନ୍ତି ଅର୍ଶଦୀପ ।

ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୭ ୱିକେଟ ହରାଇ ୨୩୦ ରନ କରିଥିଲା। ଏହାର ଜବାବରେ ଭାରତ ୪୭.୫ ଓଭରରେ ସମସ୍ତ ୱିକେଟ ହରାଇ ସମାନ ୨୩୦ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍‌ ଟାଇ ହୋଇଯାଇଛି । ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ୧୩ ଓଭରରେ ୭୫ ରନ୍‌ର ଭାଗୀଦାରି ଗଢ଼ି ଭଲ ମୂଳଦୁଆ ପକାଇଥିଲେ। କିନ୍ତୁ ଶୁବମନ (୧୬) ଆଉଟ୍‌ ହେବା ପରେ ଅନ୍ୟମାନେ ପଛକୁ ପଛ ପାଭିଲିୟନ୍‌ ଫେରିଥିଲେ। ରୋହିତ ଏକମାତ୍ର ବ୍ୟାଟର୍‌ ଭାବେ ଅର୍ଦ୍ଧଶତକ ଅର୍ଜନ କରିଥିଲେ।

୧୩୨/୫ ସ୍କୋର ବେଳେ ଭାରତ ସଂଘର୍ଷ କରୁଥିଲା ବେଳେ କେଏଲ୍‌ ରାହୁଲ୍‌ (୩୧) ଓ ଅକ୍ଷର ପଟେଲ୍‌ (୩୩) କିଛି ସମୟ ପାଇଁ ସ୍ଥିତି ସମ୍ଭାଳି ନେଇଥିଲେ। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ପ୍ରଥମେ ୨୫ ରନ କରି ଶିବମ ଦୁବେ ଆଉଟ ହୋଇଥିଲେ ।

ଏହାପରେ ପ୍ରଥମ ବଲରେ ଅର୍ଶଦୀପ ଆଉଟ ହୋଇଯିବାରୁ ଭାରତ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଛି। ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କାର ନୂଆ ଅଧିନାୟକ ଚରିତ ଅସଲଙ୍କା କମାଲ କରିଛନ୍ତି।ୱାନିନ୍ଦୁ ହସରଙ୍ଗା ଓ ଚରିତ ଅସଲଙ୍କା ୩ ଲେଖାଏଁ ୱିକେଟ୍‌ ନେଇ ଭାରତୀୟ ବ୍ୟାଟିଂ ଦାହଲାଇ ଦେଇଥିଲେ ।