ଭୁବନେଶ୍ୱର; ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଆଜି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ନ୍ୟୁଜଲାଣ୍ଡ ଶେଷ ଲିଗ୍ ମ୍ୟାଚ୍ । ଆଜିର ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆଜିର ମ୍ୟାଚରେ ହର୍ଷିତ ରାଣାଙ୍କ ସ୍ଥାନରେ ଖେଳୁଛନ୍ତି ବରୁଣ ଚକ୍ରବର୍ତ୍ତୀ । ଯିଏ ଆଜିର ମ୍ୟାଚ ଜିତିବ ସେ ଗ୍ରୁପ ଏ’ର ଟେବୁଲ ଟପ୍ପର ହେବ । ଆଜିର ମ୍ୟାଚ ପରେ ଜଣା ପଡିବ ସେମି ଫାଇନାଲର ସମୀକରଣ । ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ସେପଟେ ଗ୍ରୁପ ବି’ରୁ ଦକ୍ଷିଣଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିଛନ୍ତି ।