ନୂଆଦିଲ୍ଲୀ : ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ ଇଣ୍ଡିଆ । ଟାଇଟଲ ବଜାୟ ରଖିଲା ଭାରତୀୟ ଦଳ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ମହିଳା ଅଣ୍ଡର ୧୯ ଟି ୨୦ ବିଶ୍ୱକପ ଜିତିଛି । ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି । ରବିବାର ଦିନ କୁଆଲାଲମ୍ପୁରରେ ଦକ୍ଷିଣ ଆଫ୍ରିକା ଟସ ଜିତି ବ୍ୟାଟିଂ କରିଥିଲେ ।
୨୦ ଓଭରରେ ୮୨ ରନ କରିଥିଲେ । ସାଉଥ ଆଫ୍ରିକାକୁ ୯ ୱିକେଟରେ ହରାଇ ଲଗାତାର ଦ୍ବିତୀୟ ଥର ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଛି ଭାରତ । ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଜୁନିୟର ଭାରତୀୟ ମହିଳା ଦଳ ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବକପ ଜିତିଛି ଭାରତ । ସର୍ବାଧିକ ୱିକେଟ୍ ଟେକର ହୋଇଛନ୍ତି ବୈଷ୍ଣବୀ ଶର୍ମା । ସେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୧୭ଟି ୱିକେଟ ଅକ୍ତିଆର କରିଛନ୍ତି । ଗୋଙ୍ଗଡି ତ୍ରିସା ପ୍ଲୋୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବା ପରେ ସାଉଥ ଆଫ୍ରିକା ୨୦ ଓଭରରେ ୮୨ ରନ୍ କରିଥିଲା । ଏହାର ଜବାବରେ ଭାରତ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଫାଇନାଲରେ ଗୋଙ୍ଗଡି ତ୍ରିସା ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ତିନୋଟି ୱିକେଟ୍ ନେବା ସହିତ ସେ ଅପରାଜିତ ୪୪ ରନ୍ ମଧ୍ୟ କରିଥିଲେ ।
କୁଆଲାଲମ୍ପୁରର ବେମାସ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ସାଉଥ ଆଫ୍ରିକା ଅଧିନାୟକ ରେନେକେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବା ପରେ ସାଉଥ ଆଫ୍ରିକା ୨୦ ଓଭରରେ ୮୨ ରନ୍ କରିଥିଲା । ଏହାର ଜବାବରେ ଭାରତ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା