ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆର ଶୃଙ୍ଖାଳ ବିଜୟ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇବା ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ୫ ବର୍ଷ ପରେ ଏକ ଦିନିକିଆ ଶୃଙ୍ଖଳା ବିଜୟର ସଫଳତା ପାଇଛି।
ସଞ୍ଜୁ ସାମସନଙ୍କ ଶତକୀୟ ଇନିଂସ ଓ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂରେ ତୃତୀୟ ଦିନିକିଆରେ ବିଜୟୀ ହୋଇଛି ଭାରତ । ସଞ୍ଜୁ ସାମସନ୍ ୧୦୮ ରନ୍ କରିଥିବା ବେଳେ ତିଲକ ବର୍ମା ୫୨, ରିଙ୍କୁ ଶର୍ମା କରିଥିଲେ ୩୮ ରନ୍ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା ଟିମ୍ ଇଣ୍ଡିଆ ।
ଏହି ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୧୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଗତ ମ୍ୟାଚରେ ଶତକ ହାସଲ କରିଥିବା ଟୋନି ଡି ଜୋର୍ଜି ୮୧ ରନ୍ କରିଥିଲେ । ହେଲେ ଅନ୍ୟ ବ୍ୟାଟର ସବୁ ଭାରତୀୟ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲେ । ସଂଜୁ ସାମ୍ସନ୍ ଓ ଅର୍ଶଦୀପ ସିଂହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଏହାପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ।