ପାକ୍ କନିଆକୁ ଭାରତ ବର, ଭର୍ଚୁଆଲରେ ବହାଘର

ଭର୍ଚୁଆଲରେ ପାକିସ୍ତାନୀ ମହିଳାଙ୍କୁ ବାହା ହେଲେ ଯୋଧପୁର ଯୁବକ

0

ଯୋଧପୁର: ସଚିନ ମୀନ-ସୀମା ହାଇଦର ଓ ଅଞ୍ଜୁ ନସରୁଲ୍ଲାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ନଥମୁଣୁ ଏବେ ପୁଣି ସାମ୍ନାକୁ ଆସିଛି ଆଉ ଏକ ସୀମା ପାର୍ ପ୍ରେମ କାହାଣୀ । ରାଜସ୍ଥାନର ଯୋଧପୁରରେ ରହୁଥିବା ଅରବାଜ୍ ପାକିସ୍ତାନର ଝିଅ ଅମିନାଙ୍କୁ ଭର୍ଚୁଆଲରେ ବିବାହ କରିଛନ୍ତି । ଭିସି ଜରିଆରେ ଉଭୟଙ୍କ ବିବାହ ବୁଧବାର ରାତିରେ ସମ୍ପନ୍ନ ହୋଇଛି । ଉଭୟ ଭାରତ ଓ ପାକିସ୍ତାନର କାଜିମାନେ ଉଭୟଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ନିକାହ କରାଇଥିଲେ । ସମ୍ପର୍କୀୟମାନେ ଦେଖିବା ପାଇଁ ଏଲଇଡି ପରଦାରେ ନିକହା ପ୍ରଦର୍ଶିତ ହୋଇଥିଲା ।

ନବବଧଧୂଙ୍କୁ ଭାରତ ଆଣିବା ପାଇଁ ଭିସା ପାଇଁ ଆବେଦନ କରାଯିବ ବୋଲି ବର ଘର ପକ୍ଷରୁ କୁହାଯାଇଛି । ଏହା ଏକ ଆରେଞ୍ଜ ମ୍ୟାରେଜ ହୋଇଥିବା ବର ଘର ପକ୍ଷରୁ କୁହାଯାଇଛି । ବରଘର ପକ୍ଷର କିଛି ସମ୍ପର୍କୀୟ ପାକିସ୍ତାନରେ ଅଛନ୍ତି । ଏବଂ ଯୋଗାଡ ଭାବେ ଏହି ବିବାହ କରାଯାଇଥିବା ସୂଚନା ମିଳିଛି । ଦୁଇ ଦେଶର ସମ୍ପର୍କ ଭଲ ନଥିବାରୁ ଭିସା ମିଳିପାରିନଥିଲ । ତେଣୁ ଅନଲାଇନରେ ବିବାହ କରାଗଲା । ତେବେ ଅନଲାଇନରେ ବିବାହ ପରେ ଭିସା ମିଳିବା ନେଇ ବର ପକ୍ଷ ଆଶାବାଦୀ ଅଛନ୍ତି । ଅରବାଜଙ୍କ ପରିବାରର ଜଣେ ସଦସ୍ୟ ପୂର୍ବରୁ ଅମିନାଙ୍କ ପରିବାରର ସଦସ୍ୟଙ୍କୁ ବିବାହ କରିଛନ୍ତି ।