ଗୁଣପୁର/ଦୀପକ କୁମାର ପଣ୍ଡା : ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର ଆସେସେସନ ର ମିଳିତ ଆନୁକୁଲ୍ୟରେ ଇଣ୍ଡିଆନ୍ ଗ୍ଲୋରୀ ଆୱାର୍ଡ଼ ୨୦୨୩ ପୁରୀ ଜିଲ୍ଲା ସଂସ୍କୃତିଭବନ ସଭା ଗୃହରେ ପାରମ୍ପରିକ ଭାବେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରାରମ୍ଭିକ ଭାବେ ଅଭିଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜାତୀୟ ଓ ରାଜ୍ୟର ପ୍ରତିଭାବନ ବ୍ୟକ୍ତି ମାନଙ୍କୁ ଚୟନ କରି ସମ୍ମାନିତ ସହ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୁରୀ ବିଧ୍ୟାକ ଜୟନ୍ତ ଷଡ଼ଙ୍ଗୀ, ଭାରତ ମସଲା ର ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର ପଣ୍ଡା ରାଜନେତା ଓ କବି ଶଙ୍କର ପରିଡ଼ା ସମାଜସେବୀ ବନ୍ଦନା ହରିଚନ୍ଦନ, ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୂତି ଚାନ୍ଦ, ପଦ୍ମ ଶ୍ରୀ ପ୍ରଭାକର ମହାରଣା, ଫିଲିମ୍ ଡାଇରେକ୍ଟର ଅଶୋକ ପତି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶୀ, ସମ୍ବଲପୁରୀ, ପାଇକନୃତ୍ୟ ପରିବେଷଣ କରଯାଇଥିଲା। ଏବଂ ଦେଶର କୋଣ ଅନୁକୋଣର ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ରେ ମୋମେଣ୍ଟ , ସର୍ଟିଫିକେଟ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ୍ ପରିଚାଳନା କରିଥିବାବେଳେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରୁଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।