ଭୁବନେଶ୍ୱର: ଗତକାଲି ଶେଷ ହୋଇଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ । ତେବେ 5T ସଚିବ ଭି.କେ ପାଣ୍ଡିଆନ୍ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ଏଥିରେ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ଅବଦୁଲା ଆବୁବକରଙ୍କୁ ଟ୍ରିପଲ୍ ଜମ୍ପରେ ସମ୍ମାନିତ କରିବା ସହ ଶ୍ରେଷ୍ଠ ମହିଳା ଆଥଲେଟ୍ ନବଜିତ୍ କୌର ଧିଲନଙ୍କୁ ଡିସ୍କସ୍ ଥ୍ରୋରେ ସମ୍ମାନିତ କରିଥିଲେ । ଏହା ସହ ଭି.କେ ପାଣ୍ଡିଆନ୍ ଏଏଫଆଇ ସଭାପତି ଆଦିଲ୍ ସୁମାରିୱାଲାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ଆସନ୍ତା ୨୪ ତାରିଖରେ ଖେଳାଯିବ ଗ୍ରାଁ ପ୍ରି-୪ ।
ତେବେ ଖେଳାଯାଇଥିବା ଗ୍ରାଁ ପ୍ରି-୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମିୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମିପ୍ରିୟା କିଷାନ କାଂସ୍ୟ ପଦକ ଜିତିଛନ୍ତି । ଦୀର୍ଘ ୪ ବର୍ଷ ପରେ ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ଶ୍ରାବଣୀ ୨୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
Secretary to CM (5T) Sri VK Pandian graced the closing ceremony of the Indian Grand Prix 3 and felicitated the best athletes of the event at the #KalingaStadium.
Best Male Athlete ➡️ Abdulla Aboobacker (Triple Jump)
Best Female Athlete ➡️ Navjeet Kaur Dhillon (Discus Throw) pic.twitter.com/MqPWzXeEZG
— Odisha Sports (@sports_odisha) May 22, 2022