ଭୁବନେଶ୍ୱର: ଆଜି ଓଡିଶା ଆସିଛନ୍ତି ଭାରତୀୟ ହକି ଦଳର ଖେଳାଳି | ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଅଣିଥିବାରୁ ଓଡ଼ିଶାରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ଶୋ’ରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ହକି ଟିମ । ଏଠାରେ ପହଞ୍ଚିବା ହକି ଟିମ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟରେ କମାଲ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଦ ଥାପିଛି ଟିମ ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ଧୂଳି ଚଟାଇ କାଂସ୍ୟ ପଦକ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏଭଳି ଇତିହାସ ରଚି ଫେରିଥିଲା ଟିମ ଇଣ୍ଡିଆ ।
ତେବେ ବର୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ, କ୍ୟାପଟେନ ଓ ଗୋଲ କିପରଙ୍କୁ ୫୦ଲକ୍ଷ ଏବଂ ସପୋର୍ଟିଂ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।