ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ

0

ନୂଆଦିଲ୍ଲୀ : ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ ହୋଇଛି । ୮୮ ବର୍ଷ ବୟସରେ  ଆଖି ବୁଜିଲେ ଆର୍ . ଚିଦାମ୍ବରମ । ତାଙ୍କର  ପୋଖରାନ ପରୀକ୍ଷଣରେ  ଗୁରୁତ୍ୱପୂର୍ଣ ଭୂମିକା ରହିଛି ।  ସେ ଥିଲେ ଅବଦୁଲ କଲାମଙ୍କର ଘନିଷ୍ଠ ସହେଯାଗୀ ।

ଏହା ସହିତ ସେ ଥିଲେ ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା । ଆର୍ . ଚିଦାମ୍ବରମ  ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ମଧ୍ୟ ଥିଲେ । ସ୍ମାଇଲଂ  ବୁଦ୍ଧ , ଅପରେସନ ଶକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ ନେଇଥିଲେ । ତାଙ୍କୁ  ୧୯୭୫ରେ ପଦ୍ମଶ୍ରୀ ସମ୍ମାନରେ ଏବଂ ୧୯୯୯ରେ  ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।