ଇଣ୍ଡିଆନ ଅଏଲ ଜନସାଧାରଣଙ୍କୁ ପ୍ରଚୁର ପରିମାଣର ଇନ୍ଧନ ଷ୍ଟକ୍ ଥିବା ବିଷୟରେ ଆଶ୍ୱାସନା ଦେଇଛି

0

ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ଆତଙ୍କିତ ନହେବାକୁ ସବୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି । ଇଣ୍ଡିଆନ ଅଏଲ ଜନସାଧାରଣଙ୍କୁ ପ୍ରଚୁର ପରିମାଣର ଇନ୍ଧନ ଷ୍ଟକ୍ ଥିବା ବିଷୟରେ ଆଶ୍ୱାସନା ଦେଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଶୁକ୍ରବାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି ଯେ ସାରା ଦେଶରେ ଇନ୍ଧନ ଏବଂ ଏଲପିଜି ଯୋଗାଣ ସୁଗମରେ ଚାଲିଛି ।

ଦେଶରେ ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି ଲୋକମାନେ ଆତଙ୍କିତ ନହେବାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ରହିଛି । ଯୋଗାଣ ଲାଇନ ଗୁଡିକ ସୁଗମ ଭାବରେ କାର୍ଯ୍ୟ କରୁଛି । ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ରହିଛି ବୋଲି କୁହାଯାଇଛି ।