“ଟୋକିଓ ଅଲିମ୍ପିକ ” ପ୍ରତିଯୋଗୀଙ୍କୁ ଦିଲ୍ଲୀ ଅଶୋକା ହୋଟେଲରେ କରାଯିବ ସମ୍ମାନିତ

ଖେଳର ମହାକୁମ୍ଭ ‘ଟୋକିଓ ଅଲିମ୍ପିକ ୨୦୨୦’ ଶେଷ ହୋଇଛି। ପଦକ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିବା ଖେଳାଳିମାନେ ଏବେ ସ୍ବଦେଶ ଫେରିଛନ୍ତି।

0

(ଦିଲ୍ଲୀ) : ଖେଳର ମହାକୁମ୍ଭ ‘ଟୋକିଓ ଅଲିମ୍ପିକ ୨୦୨୦’ ଶେଷ ହୋଇଛି। ପଦକ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିବା ଖେଳାଳିମାନେ ଏବେ ସ୍ବଦେଶ ଫେରିଛନ୍ତି। ଦିଲ୍ଲୀର ଅଶୋକା ହୋଟେଲରେ ଏହି ସମସ୍ତ ପଦକବୀର ଓ ଅନ୍ୟ ଖେଳାଳିଙ୍କର ସମ୍ମାନ କରାଯିବ। ଭାରତ ଟୋକିଓ ଅଲିମ୍ପିକରେ ଏଥର ୭ଟି ପଦକ ଜିତିଛି। କୌଣସି ଅଲିମ୍ପିକରେ ଭାରତର ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥର ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୦୮ ରେ ଅଭିନବ ବିନ୍ଦ୍ରା ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସୂଚନାନୁଯାୟୀ , ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି ତାଙ୍କ ସହିତ ସେଲଫି ନେବା ପାଇଁ ଭିଡ ଲାଗି ରହିଥିଲା। ଦିଲ୍ଲୀ ବିମାନବନ୍ଦରରେ ଟୋକିଓ ଅଲିମ୍ପିକର ପଦକ ବିଜେତାଙ୍କ ସ୍ବାଗତ ପାଇଁ ତାଙ୍କର ପରିବାର ଲୋକ ଓ ସମର୍ଥନ ଏକାଠି ହୋଇଥିଲେ।