ମୁମ୍ବାଇ: ୨୩ରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ । ବିସିସିଆଇ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆ ଯାଇଛି । ତେବେ ପ୍ରଥମ ମ୍ୟାଚ କେଉଁ ଟିମ ମଧ୍ୟରେ ଖେଳାଯିବ ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
ସେହିପରି ମହିଳା ପ୍ରିମିୟର ଲିଗର ଭେନ୍ୟୁ ମଧ୍ୟ ଚୂଡାନ୍ତ ହୋଇ ସାରିଛି । ଖୁବ ଶୀଘ୍ର ଏହାର ଘୋଷଣା କରାଯିବ ବୋଲି ବିସିସିଆଇ ଭାଇସ ପ୍ରେସିଡେଂଟ ରାଜୀବ ଶୁକ୍ଲା କହିଛନ୍ତି । ମୁମ୍ବାଇରେ ଆୟୋଜିତ ବୈଠକରେ ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ଦେବଜିତ ସାଇକିଆଙ୍କୁ ବିସିସିଆଇ ନୂତନ ସେକ୍ରେଟାରୀ ଭାବେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ପ୍ରଭତେଜ ସିଂ ଭାଟିଆ କୋଷଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ନିର୍ବାଚନ ସମୟରେ ସେମାନଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦ୍ୱୀତା କରି ନ ଥିଲେ ।