ଟିପ ଚିହ୍ନ ଦେଲେ ମିଳିବ ଟ୍ରେନ ଟିକେଟ

0

(ଅନୁସ୍ୱୟା)ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଜେନେରାଲ ବଗିରେ ହେଉଥିବା ଭାରୀ ଭିଡ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ନୂଆ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ଟ୍ରେନ ଯାତ୍ରାକୁ ସମ୍ମାନଜନକ କରିବାକୁ ଟିକେଟ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବାକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ଦ୍ୱାରା ଯାତ୍ରୀମାନେ ଲାଭବାନ୍ ହୋଇ ପାରିବେ । ମୁମ୍ବାଇରୁ ଲକ୍ଷ୍ନୌ ମଧ୍ୟରେ ଚାଲୁଥିବା ପୁଷ୍ପକ ଏକ୍ସପ୍ରେସ୍ ରେ ଏହାର ଶୁଭାରମ୍ଭ କରାଯାଇଛି । ଏବେ ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ ସିଟ୍ ପ୍ରଦାନ କରାଯିବ ।
ପୁଷ୍ପକ ଏକ୍ସପ୍ରେସରେ ବାୟୋମେଟ୍ରିକ୍ ବ୍ୟବସ୍ଥା ସଫଳ ହେବା ପରେ ଖୁବ୍ ଶୀଘ୍ର ଏହାକୁ ଅନ୍ୟ ରେଳଗାଡିର ଜେନେରାଲ ବଗିରେ ଲାଗୁ କରାଯିବ ବୋଲି ଜଣାଯାଇଛି । ଟିକେଟପାଇଁ ଯାତ୍ରୀମାନଙ୍କୁ ବାୟୋମେଟ୍ରିକ୍ ମେସିନରେ କେବଳ ଟିପ ଦେବାକୁ ପଡିବ । ଏହାପରେ ଆପେଆପେ ଟୋକନ ଜେନେରେଟ ହୋଇଯିବ । ଯାତ୍ରୀମାନଙ୍କୁ ପ୍ଲାଟଫର୍ମରେ କ୍ରମାଙ୍କ ଅନୁସାରେ ଠିଆ ହେବାକୁ ପଡିବ । ଟ୍ରେନର ଜେନେରାଲ ବଗି ପାଖରେ ଜଣେ ଆରପିଏଫ ଷ୍ଟାଫ୍ ଟୋକନ କ୍ରମାଙ୍କ ଦେଖି ଯାତ୍ରୀମାନଙ୍କୁ କ୍ରମାନ୍ୱୟରେ କୋଚରେ ଚଢ଼ିବାକୁ ଅନୁମତି ଦେବେ ବୋଲି ଜଣାଯାଇଛି ।