ମୁମ୍ବାଇ : ଭାଇଜାନଙ୍କୁ ପୁଣି ହତ୍ୟା ଧମକ | ହତ୍ୟା ଧମକ ଦେଲେ ଡାକ୍ତର ଛାତ୍ର | ମିଡ଼ିଆ ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ପଢ଼ୁଥିବା ଜଣେ ଛାତ୍ରଙ୍କ ନାମ ଏହି ମାମଲାରେ ଆସିଛି। ସେ ହରିୟାଣାର ବାସିନ୍ଦା। ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏକ ଲୁକ ଆଉଟ୍ ନୋଟିସ ଜାରି କରିଛି। ଛାତ୍ର ଜଣଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ସେ ଡାକ୍ତରୀ ପାଠ୍ୟକ୍ରମର ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି । ସେ ଚଳିତ ବର୍ଷ ଶେଷସୁଦ୍ଧା ଭାରତ ଆସିବାର ସମ୍ଭାବନା ରହିଛି ।
ମାର୍ଚ୍ଚ ମାସରେ, ସଲମାନ ଖାନ ମୃତ୍ୟୁ ଧମକରେ ପରିପୂର୍ଣ୍ଣ ଏକ ଇ-ମେଲ ପାଇଥିଲେ, ଯେଉଁଥିରେ ଗୋଲ୍ଡି ବ୍ରାର ନାମ ସାମ୍ନାକୁ ଆସିଥିଲା। ଏହି ଇ-ମେଲ୍ ଅଭିନେତାଙ୍କ ଅନେକ ସମ୍ପର୍କୀୟଙ୍କୁ ମଧ୍ୟ ପଠାଯାଇଥିଲା।