ନୂଆଦିଲ୍ଲୀ: ପର୍ଥ ଟେଷ୍ଟ ଜିତିବା ପରେ ଭାରତୀୟ ଦଳକୁ ନେଇ ଅଷ୍ଟ୍ରେଲିଆରୁ ଆସଛି ବଡ ଖବର । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଭାରତ ଫେରୁଛନ୍ତି । ଗମ୍ଭୀରଙ୍କ ହଠାତ ଫେରିବାର କାରଣ ପ୍ରକାଣ କରାଯାଇନାହିଁ । କିନ୍ତୁ ଏହା ପଛର କାରଣ ବ୍ୟକ୍ତିଗତ ବୋଲି ଅନୁମାନ କରାଯାଉଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଗୋଲାପୀ ବଲରେ ଖେଳାଯିବ ।
ଏହି ମ୍ୟାଚ ଡିସେମ୍ବର ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଡିଲେଡରେ ଖେଳାଯିବ । ଭଲ କଥା ହେଉଛି ଗୌତମ ଗମ୍ଭୀର ପିଙ୍କ ବଲ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟେଲିଆ ଫେରିବେ । ବିସିସିଆଇ ସହ ଜଡିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ,ଗମ୍ଭୀର ଭାରତ ଫେରିବା ନେଇ ସୂଚନା ଦେଇଥିଲେ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଦଳରେ ଯୋଗଦେବେ ବୋଲି ମଧ୍ୟ କହିଛନ୍ତି । ସେ ବ୍ୟକ୍ତିଗତ ଭାବେ ଫେରିବାର କାରଣ ଦର୍ଶାଇଛନ୍ତି । ଭାରତୀୟ ଅଧିନାୟକ ରେହିତ ଶର୍ମା ମଧ୍ୟ ବ୍ୟକ୍ତିଗତ କାରଣରୁ ଦଳ ସହ ଅଷ୍ଟ୍ରେଲିଆରେ ପହଞ୍ଚି ପରି ନଥିଲେ । ଏହି କାରଣରୁ ସେ ପ୍ରଥମ ଟେଷ୍ଟପାଇଁ ଉପଲବ୍ଧ ନଥିଲେ । ରୋହିତଙ୍କ ବ୍ୟକ୍ତିଗତ କାରଣ ଥିଲା ତାଙ୍କ ଦ୍ୱିତୀୟ ସନ୍ତାନର ଜନ୍ମ ସହ ଜଡିତ । ତେବେ ଏବେ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ସେ ସେଠାରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି । ସେ ଦ୍ୱିତୀୟ ଟେଷ୍ଟ ଖେଳିବାର ସମ୍ଭାବନା ରହିଛି ।