ଭାରତୀୟ ମହିଳା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଜିତି ରଚିଲେ ଇତିହାସ

0

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ମହିଳା ସ୍ପ୍ରିଣ୍ଟର ପ୍ରୀତି ପାଲ । ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ୨ୟ ମେଡାଲ ଜିତି ଆଣିଲେ ସୁନାମ । ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୨ଟି ପଦକ ଜିତିବାରେ ସଫଳ ହୋଇଛନ୍ତି । ରବିବାର ଦିନ ୩୦.୦୧ ସେକେଣ୍ଡରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠରେ ମହିଳା ୨୦୦ ମିଟର(T35) ଦୌଡ଼ ଶେଷ କରିଥିଲେ । ଏହା ପୂର୍ବରୁ ସେ ମହିଳା ୧୦୦ ମିଟର(T35) ବର୍ଗରେ ମାତ୍ର ୧୪.୨୧ ସେକେଣ୍ଡରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠରେ କାଂସ୍ୟ ପଦକ ଜିତିଥିଲେ । ମେରଟରେ ଜନ୍ମିତ ପ୍ରୀତି ପାଲ ପିଲାଦିନୁ ସେରେବ୍ରାଲ ପାଲ୍‌ସୀ ରୋଗରେ ପୀଡ଼ିତ । ଉତ୍ତମ ଚିକିତ୍ସା ଅଭାବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ । ଏହା ସତ୍ତ୍ୱେ ସେ କ୍ରୀଡ଼ା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
୨୦୧୮ରେ ସେ ଆଥଲେଟିକ୍ସ କ୍ୟାରିୟର ଆରମ୍ଭ କରିଥିଲେ । କୋଚ୍ ଗଜେନ୍ଦ୍ର ସିଂହଙ୍କ ଠାରୁ ପ୍ରୀତି ଟ୍ରେନିଂ ନେବା ଆରମ୍ଭ କରିଥିଲେ । ଭାରତୀୟ ମହିଳା ସ୍ପ୍ରିଣ୍ଟର ପ୍ରୀତି ପାଲ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ୨ୟ ମେଡାଲ ଜିତି ଇତିହାସ ରଚିଛନ୍ତି । ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି । ପାରା ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୨ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ହୋଇଛନ୍ତି ।