ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳ ୨୬ ଏପ୍ରିଲରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଗସ୍ତ କରିବ । ଭାରତୀୟ ଦଳ ଅଷ୍ଟ୍ରେଲିଆର ଦୁଇଟି ମହିଳା ଦଳ ବିପକ୍ଷରେ ପାଞ୍ଚଟି ମ୍ୟାଚ ଖେଳିବ ।
ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ସିରିଜ ଆରମ୍ଭ କରିବ, ତା’ପରେ ବରିଷ୍ଠ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ତିନୋଟି ମୁକାବିଲା କରିବ।
ଏହି ଗସ୍ତ ଜୁନ୍ରେ ଆରମ୍ଭ ହେବାକୁ ଥିବା FIH ପ୍ରୋ ଲିଗ୍ ୨୦୨୪-୨୫ର ୟୁରୋପୀୟ ପର୍ଯ୍ୟାୟ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଅଟେ ।
ଏପ୍ରିଲ ୨୬ ଓ ୨୭ରେ ଅଷ୍ଟ୍ରେଲିଆ-ଏ ମହିଳା ହକି ଦଳ ବିପକ୍ଷରେ ଖେଳିବ ଭାରତ। ସେହିପରି ମେ ୧, ୩ ଓ ୪ମେରେ ବରିଷ୍ଠ ମହିଳା ହକି ଦଳ ସହ ମୁକାବିଲା କରିବ ଟିମ୍ ଇଣ୍ଡିଆ । ସମସ୍ତ ମ୍ୟାଚ ପର୍ଥ ହକି ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ମହିଳା ହକି ଦଳର ଗସ୍ତ ସମ୍ବନ୍ଧରେ ହକି ଇଣ୍ଡିଆ ଗତ ଗୁରୁବାର ଦିନ ଟ୍ବିଟ କରି ସୂଚନା ଦେଇଛି ।