ନୂଆଦିଲ୍ଲୀ-: ଭାରତ-ପାକ୍ ସୀମାର ଅମୃତସରର ଅଟାରୀ ଅଞ୍ଚଳରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି । ଅଞ୍ଚଳର କିଛି ଗାଁର ଘର ଏବଂ ବିଲରେ ଖଣ୍ଡ ବିଖଣ୍ଡିତ ଜଳିଯାଇଥିବା ମିସାଇଲ ଖସିଛି । ଏହି ଜଳିଯାଇଥିବା ଖଣ୍ଡ ମିସାଇଲ ପାକିସ୍ତାନ ପକ୍ଷରୁ ଚାଳନ କରାଯାଇଥିଲା ଯାହାକୁ ଭାରତୀୟ ସେନାର ରକ୍ଷା ପ୍ରଣାଳୀ ଆକାଶ ମାର୍ଗରେ ହିଁ ଅଟକାଇ ଦେଇ ସେଇଠାରେ ଧ୍ୱଂସ କରିଦେଇଥିଲା । ଭାରତର ୧୫ଟି ସହର ଉପରେ ଆକ୍ରମଣର ଯୋଜନା କରିଥିଲା ପାକିସ୍ତାନ । S-400 ଏଣ୍ଟି ମିସାଇଲ ସିଷ୍ଟମ ସାହାଯ୍ୟରେ ପାକିସ୍ତାନର ସମସ୍ତ ଯୋଜନାକୁ ପଣ୍ଡା କଲା ଭାରତୀୟ ସେନା ।
ସୀମା ପାର କରି ଆସିଥିବା କିଛି ଡ୍ରୋନ ଏବଂ ମିସାଇଲ ଭାରତ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ସମୟରେ, ଯେମିତି ଭାରତୀୟ ଡିଫେନ୍ସ ସିଷ୍ଟମ ବାୟୁରେ ଏହାକୁ ଦେଖିଥିଲେ, ସଙ୍ଗେସଙ୍ଗେ ତାକୁ ଧ୍ୱଂସ କରିଦେଇଥିଲେ । ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥାଲା, ଜାଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡୀଗଡ଼, ନଲ, ଫଲୋଦୀ, ଉତ୍ତରଲାଇ ଏବଂ ଭୁଜକୁ ଡ୍ରୋନ୍ ଓ ମିସାଇଲ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । ପାକିସ୍ତାନର ଡ୍ରୋନ୍ ଓ ମିସାଇଲଗୁଡ଼ିକୁ ଭାରତର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ, ଯେଉଁଥିରେ S-400, ବରାକ-୮ ଏବଂ ଆକାଶ ମିସାଇଲ ସିଷ୍ଟମ ସାମିଲ ହୋଇ ସଫଳତାର ସହ ଖସାଇ ଦେଇଛି ।