ପ୍ରେମିକା ମଥାରେ ସିନ୍ଦୁର ଦେଲେ ଦୂତୀ : ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ପ୍ରକାଶ ପାଇଲା ଚିତ୍ର

0

ଭୁବନେଶ୍ୱର : ଦୌଡରାଣୀ ଦୂତୀ ଚାନ୍ଦ ସବୁବେଳେ ତାଙ୍କ ଖେଳ ଓ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି | ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେଏହାର ମାଗାଜିନର କଭର ଷ୍ଟୋରୀରେ ଦୂତୀ ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଏହି ଚିତ୍ରରେ ଦୂତୀ ତାଙ୍କ ପ୍ରେମିକା ମୋନାଲିସାଙ୍କ ମଥାରେ ସିନ୍ଦୁର ଦେଉଥିବା ଦେଖିବାକୁ ମିଳିଛି | ଏହି କଭର ପେଜରେ ଲେଖାଅଛି ଯେ, “SAME SEX, SAME RIGHTS”|

ତେବେ ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ଚାଲିଛି ମାମଲା । କିନ୍ତୁ ଏବେ ବି ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ କିଛି ଲୋକେ ସମାଲୋଚନା କରୁଛନ୍ତି | ଏହାକୁ ଖାତିର ନ କରି ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ବାହାରେ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।

ଏହି ପରିପ୍ରେକ୍ଷୀରେ ଦୌଡ଼ରାଣୀ ଦୂତୀ ଚାନ୍ଦ ମଧ୍ୟ ସମାଲୋଚନାର ଶିକାର ହୁଅନ୍ତି | ସେ ନିଜ ଖେଳ ପାଇଁ ପ୍ରଂଶସା ସାଉଁଟିଛନ୍ତି ଏବଂ ଓଡିଶାବାସୀଙ୍କ ଭଲପାଇବା ବି ପାଇଛନ୍ତି | ହେଲେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ତାଙ୍କ ପ୍ରେମ ସମ୍ପର୍କକୁ ସ୍ଥାନ ଦେଇଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି |