ବ୍ରିଟେନ(ରିପୋର୍ଟର୍ସ ଟୁଡେ): ସହଜସାଧ୍ୟ ବିଜୟ ଆଶାକୁ ଧୋଇନେଇଛି ବର୍ଷା । ଭାରତ-ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଉପରେ ବର୍ଷାର ପଡିଛି କୋପ ଦୃଷ୍ଟି । ଲଗାତାର ବର୍ଷା ପାଇଁ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଟେଷ୍ଟକୁ ଡ୍ର କରାଯାଇଛି । ଏଥିସହିତ ଭାରତର ବିଜୟ ଆଶା ମଧ୍ୟ ମଉଳିଯାଇଛି । ମ୍ୟାଚର ପଞ୍ଚମ ଦିନରେ ୧୫୭ ରନର ଆବଶ୍ୟକତା ରହିଥିଲା ଏବଂ ହାତରେ ଥିଲା ମୂଲ୍ୟବାନ ୯ଟି ୱିକେଟ । ଯାହା ଭାରତ ହାସଲ କରିନେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ଷା ପାଇଁ ପଞ୍ଚମ ଦିନର ଖେଳ ଆରମ୍ଭ ହୋଇ ପାରିନଥିଲା । ସେପଟେ ଇଂଲଣ୍ଡ ଯଦିି ଭାରତର ୯ଟି ୱିକେଟ ହାସଲ କରିଥିଲେ ଏହି ମ୍ୟାଚକୁ ନିଜ ନାମରେ କରପାରିଥାନ୍ତା । ତେବେ ଉଭୟ ଦଳର ଜିତିବା ଆଶା ଉପରେ ବର୍ଷା ବାଧକ ସାଜିଛି । ଏହି ମ୍ୟାଚରେ ଇଂଲଣ୍ଡ ତରଫରୁ ପ୍ରଥମ ଇନିଂସରୁ ୬୪ ଏବଂ ଦ୍ୱିତୀୟ ଇନିଂସରେ ୧୦୯ ରନ କରିଥିବା ଅଧିନାୟକ ଜୋ ରୁଟ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ସେହିପରି ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଦୁଇଟି ଇନିଂସରେ ମୋଟ ୯ଟି ୱିକେଟ ନେଇ ଇଂଲଣ୍ଡ ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଥିଲେ ।
UPDATE: Play has been abandoned. ☹️
The first #ENGvIND Test at Trent Bridge ends in a draw.
We will see you at Lord's for the second Test, starting on August 12. #TeamIndia
Scorecard 👉 https://t.co/TrX6JMzP9A pic.twitter.com/k9G7t1WiaB
— BCCI (@BCCI) August 8, 2021
ଦ୍ୱିତୀୟ ଇନିଂସରେ ଭାରତକୁ ୨୦୯ ରନର ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତ ଏହାର ଜବାବରେ ୫୨ ରନରେ ଗୋଟିଏ ୱିକେଟ ହରାଇ ମ୍ୟାଚରେ ବିଜୟ ପାଇଁ ଦାବିଦାରୀ ହୋଇଥିଲା । ତେବେ ପ୍ରଥମ ଇନିଂସରେ ଦଳ ପାଇଁ ସର୍ବାଧିକ ରନ ବନେଇଥିବା ଓପନର ଲୋକେଶ ରାହୁଲ ମାତ୍ର ୨୬ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମ୍ୟାଚକୁ ଆଗେଇ ନେବା ପାଇଁ ପଡିଆରେ ଉପସ୍ଥିତ ଥିଲେ ରୋହିତ ଶର୍ମା ଏବଂ ଅଭିଜ୍ଞ ଚେତେଶ୍ୱର ପୂଜାରା । କିନ୍ତୁ ପଞ୍ଚମ ଦିନ ଖେଳ ହେବା ପୂର୍ବରୁ ହିଁ ବର୍ଷାର ପ୍ରଭାବ ଦେଖା ଦେଇଥିଲା । ଶେଷରେ ମ୍ୟାଚକୁ ଡ୍ର ବୋଲି ଘୋଷଣା କରାଯାଇଛି ।