ନିର୍ବାଚନ ମଇଦାନରେ ଶିକ୍ଷିତା ଆଦିବାସୀ ମହିଳା
ପୈାର ନିର୍ବାଚନର ଅଧ୍ୟକ୍ଷ ଭାବେ ଆଦିବାସୀ ମହିଳା ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି
ରାୟଗଡା(ମନୋଜ କୁମାର ସାହୁ)-ରାୟଗଡା ପୋୖର ପରିଷଦ ନିର୍ବାଚନ ର ଅଧ୍ୟକ୍ଷ ପଦ ମିମନ୍ତେ ଏବେ ମଇଦାନକୁ ଓଲ୍ହାଇଛନ୍ତି ଶିକ୍ଷିତା ଆଦିବାସୀ ମହିଳା ମମତା ମାଝୀ ,ଏମବିଏ ପାଠ ପଢିଥିବା ଏହି ଶିକ୍ଷିତା ମହିଳା ଜଣକ ସ୍ୱାଧୀନ ପ୍ରାଥି ଭାବେ ଏବେ ୱାର୍ଡ ୱାର୍ଡ ରେ ନିଜ ସମର୍ଥକ ଙ୍କ ମିଶି ଭୋଟ ଭିକ୍ଷା କରୁଛନ୍ତି ।ବିଶେଷ କରି ମହିଳା ଙ୍କ ଅଧିକାର ସହ ସମାଜରେ ମହିଳା ମାନେ କିପରି ଆଗକୁ ବଢ଼ିପାରିବେ ଓ ସଶକ୍ତ ହୋଇପାରିବେ ସେ ନେଇ ମହିଳା ମାନଙ୍କୁ ଅଵଗତ କରାଉଛନ୍ତି ,ନିର୍ବାଚନ ରେ ଜୟଯୁକ୍ତ ହେଲେ ଲୋକଙ୍କ ମତାମତ ନେଇ ସହର ର ସମସ୍ତ ମୌଳିକ ସମସ୍ୟା ଦୂର କରିବେ ବୋଲି ପ୍ରକାଶ କରିଛନ୍ତି ଅପରପକ୍ଷେ ଚଳିତ ପୋୖର ନିର୍ବାଚନ ରେ ଅଧ୍ୟକ୍ଷ ପଦ ପାଇଁ ୧୨ ଜଣ ପ୍ରତିଦ୍ୱନ୍ଦୀତା କରୁଥିବାବେଳେ ମମତା କେବଳ ଏକ ମାତ୍ର ମହିଳା ଓ ଶିକ୍ଷିତ ପ୍ରାଥି ହୋଇଥିବାରୁ ମହିଳା ମାନେ ତାଙ୍କ ନିର୍ବାଚନ ପ୍ରଚାର କୁ ପସନ୍ଦ କରୁଛନ୍ତି ।