ଭୁବନେଶ୍ୱର: ଭୁବନେଶ୍ୱର ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରଥିଲା । ଯାନ୍ତ୍ରିକ ତୃଟି ମଳିବା ପରେ ଜରୁରୀ ଅବତରଣ କରିଛି ପାଇଲଟ । ଭୁବନେଶ୍ବର ବିମାନ ବନ୍ଦରରୁ ଟେକଅପ୍ କରିବାର ୨୫ ମିନିଟ ପରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି। ଯାହା ପରେ ପାଇଲଟ ଯାତ୍ରୀଙ୍କୁ ସତର୍କ କରାଇ ବିମାନଟିକୁ ଭୁବନେଶ୍ବର ବିମାନ ବନ୍ଦରକୁ ଫେରାଇ ଆଣିଥିଲେ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ରୁ ନୂଆଦିଲ୍ଲୀ ଯାଉଥିଲା ଇଣ୍ଡିଗୋ6E 2065 ବିମାନ। ଅବତରଣ ପରେ ବିମାନର ଯାନ୍ତ୍ରିକ ତ୍ରୁଟି କୁ ଯାଞ୍ଚ କରାଯାଇଛି। ବର୍ତ୍ତମାନ ସବୁ ସ୍ବାଭାବିକ ଥିବା କହିଛନ୍ତି ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ। ଡିଜିସିଏ ଅନୁମତି ପରେ ପୁଣି ବିମାନଟି ଉଡାଣ ଭରିବ ବୋଲି ଜଣାପଡିଛି।