ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ

0

ନୂଆଦିଲ୍ଲୀ:ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ତେବେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବୟସ ୮୬ ବର୍ଷ ହୋଇଥିଲା ।
ସୂଚାନା ଅନୁଯାୟୀ, ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କୋଲାବାସ୍ଥିତ ବାସଭବନରେ ତାଙ୍କର ମର ଶରୀରକୁ ରଖାଯାଇଛି। ସକାଳ ୧୦ଟାରୁ ୪ଟା ପର୍ୟ୍ୟନ୍ତ ଏନସିପିଏରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବେ। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।