ଫିଙ୍ଗିଦେଲା ଜନ୍ମ କଲା ମା : କୋଳେଇ ନେଲା ଜର୍ମାନୀ ମା

ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଗଲେ ନୂଆ ବାପା ମା ; ଓଡିଶାରୁ ଜର୍ମାନୀ ଯେବେ କୁନି ମିନାକ୍ଷୀ

0

କଟକ : କାଲିଯାଏ ପରିଚୟ ନଥିଲା | ଆଜି ମିଳିଲା ନୂଆ ପରିଚୟ । ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଗଲେ ନୂଆ ବାପା ମା | ଏବେ ସେ ତାଙ୍କ ସହ ହସିବ ଖେଳିବ ଆଉ ମଜାମସ୍ତି କରିବ | ତେବେ ଓଡିଶାରୁ ବାହାରି ଜର୍ମାନୀ ଯିବ ଏହି ଶିଶୁକନ୍ୟା ସାଇ ମିନାକ୍ଷୀ | ଜର୍ମାନୀରେ ରହୁଥିବା ପ୍ରବାସୀ ଭାରତୀୟ ସର୍ଭାନନ୍ ଥାଙ୍ଗାଭେଲ ଓ ତାଙ୍କ ପତ୍ନୀ ସୁଭାଷିନୀ ମୁନିଆସାମୀ ମିନାକ୍ଷୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି | ତେବେ ରାସ୍ତାକଡ଼ରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା ସାଇମିନାକ୍ଷୀ । ଏଉ ବେ ସେ ଜର୍ମାନୀ ଯାଉଛି |

ସୂଚନା ଅନୁସାରେ ୨୦୨୨ ଜୁନ୍ ୨୮ରେ ନବଜାତ ସାଇମିନାକ୍ଷୀକୁ ଆଠଗଡ଼ର ଏକ ନିକାଞ୍ଚନ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ତାକୁ ଚୌଦ୍ୱାରର ଏକ ସାମାଜିକ ଅନୁଷ୍ଠାନ ସର୍ଭାଂଟସ୍ ଅଫ୍ ଇଣ୍ଡିଆ ସୋସାଇଟିରେ ଥଇଥାନ କରାଯାଇଥିଲା । ଏହା ପରେ ତାଙ୍କୁ ଲିଗାଲ ଫ୍ରି ଘୋଷଣା କରାଯିବା ପରେ ପୋଷ୍ୟରେ ଗ୍ରହଣ କରିବା ପାଇଁ ଜର୍ମାନୀରେ ରହୁଥିବା ପ୍ରବାସୀ ଭାରତୀୟ ଦମ୍ପତି କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥାରେ ଆବେଦନ କରିଥିଲେ । କାରଣ ସାରାଭେନ ଏବଂ ସୁଭାଷିନିଙ୍କ ବିବାହକୁ 16 ବର୍ଷ ବିତିଯାଇଥିଲେ ବି ତାଙ୍କର ସନ୍ତାନ ସନ୍ତତି ହେଉ ଥିଲେ | ଶେଷରେ, ସେମାନେ ଏକ ସନ୍ତାନ ଗ୍ରହଣ କରିବାକୁ ସ୍ଥିର କଲେ | ଛଅ ବର୍ଷ ପୂର୍ବେ, ସେମାନେ ସେଣ୍ଟ୍ରାଲ୍ ଆଡପ୍ସନ୍ ରିସୋର୍ସ ଅଥରିଟି (CARA) ମାଧ୍ୟମରେ ଏକ ଶିଶୁ ପାଇଁ ଆବେଦନ କରିଥିଲେ |

୨୦୨୩ ଜାନୁଆର ୨ରେ କାରା ପକ୍ଷରୁ ସାଇମିନାକ୍ଷୀଙ୍କୁ ଏହି ଦମ୍ପତିଙ୍କୁ ବିନା ଆପତିରେ ହସ୍ତାନ୍ତର ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ତେବେ କଟକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସାଇମିନାକ୍ଷୀଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସାଇ ମିନାକ୍ଷୀକୁ ନିଜ ସନ୍ତାନ ଭାବେ ପାଇଁ ବହୁତ ଖୁସି ଅଛନ୍ତି ଦମ୍ପତି |