ହରିଚନ୍ଦନପୁର/ପରେଶ କୁମାର ସେଠୀ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓସ୍କା ଆୟୋଜକ ଓ ଆଜିମ ପ୍ରେମଜି ଫାଉଣ୍ଡେସନ ସହଯୋଗରେ ପୃଷ୍ଟିକର ବିକାଶ ସାଧନ ନିମନ୍ତେ ବ୍ଲକ ସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ହରିଚନ୍ଦନପୁର ବ୍ଲକଟି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସଚେତନତା ଅଭାବରୁ ବିଭିନ୍ନ ସମୟରେ ଅପପୃଷ୍ଟି ଓ ରକ୍ତହୀନତାର ଶିକାର ହୋଇ ଅଦିନରେ ନିରୀହ ଜୀବନ ଝଡି ଯାଉଥିବାରୁ ଏହାକୁ ରୋକ ଦେବାକୁ ଜିଲ୍ଲା ପ୍ରଶାସନ ଓ ଓସ୍କା ଅନୁଷ୍ଠାନ ମିଳିତ ସହଯୋଗ କ୍ରମେ ବ୍ଲକର ୨୫ଟି ପଞ୍ଚାୟତରେ ପୃଷ୍ଟିକର ବିକାଶ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ରକ୍ତ ହୀନତା, ଅପପୃଷ୍ଟି, ପୃଷ୍ଟି ହୀନତା, ମାତୃ ଓ ଶିଶୁ ମୃତ୍ୟୁ ହାରକୁ ରୋକ ଦେବା ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ।