ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଇନଫୋସିଟି ଥାନା ପୁଲିସ

0

ଭୁବନେଶ୍ୱର : ଇନଫୋସିଟି ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନଫୋଭ୍ୟାଲି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ ମାରୁତି ଭିଲ୍ଲା ନିକଟରେ ଥିବା ଏକ ପାନ ଦୋକାନରେ ଅଚାନକ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଲାସି ବେଳେ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୭୨ଲିଟର ଦେଶୀ ମଦ ଜବତ କରାଯାଇଥିଲା । ପଚରା ଉଚରା ବେଳେ, ଅଭିଯୁକ୍ତ ଜଣକ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଥିଲେ ।